ରାଜନୈତିକ ଦଳ ପ୍ରତିନିଧିନି ସହ  ଜିଲାପାଳଙ୍କ ବୈଠକ ।
ବୁଥ୍ ଗୁଡିକର ଯୁକ୍ତିଯୁକ୍ତକରଣ ପାଇଁ ଆଲୋଚନା ।

ରାଜନୈତିକ ଦଳ ପ୍ରତିନିଧିନି ସହ  ଜିଲାପାଳଙ୍କ ଆଲୋଚନା ।

ଅନୁଗୋଳ ୩୦।୭ – ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବୁଧବାର ପୂର୍ବାହ୍ନରେ ପୋଲିଙ୍ଗ ବୁଥମାନଙ୍କର ଯୁକ୍ତିଯୁକ୍ତକରଣ ଓ ନୂତନ ବୁଥ୍ ସୃଷ୍ଟି ସମ୍ପର୍କରେ ଜିଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ  ଜିଲାପାଳ  ଅବଦାଲ୍ ମୁହମ୍ମଦ୍ ଅଖତର ଆଲୋଚନା କରିଥିଲେ ।  ଜିଲାରେ ୧୨୦୦ରୁ ଊଦ୍ଧ ମତଦାତା ଥିବା ବୁଥ୍ ଗୁଡିକର ଯୁକ୍ତିଯୁକ୍ତକରଣ ସହ ଆବଶ୍ୟକ ସ୍ଥଳେ ନୂତନ ବ୍ଲୁଥ୍ ସୃଷ୍ଟି କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲାପାଳ  ଊଦୟ କୁମାର ମହାପାତ୍ର, ତାଳଚେର ଉପଜିଲାପାଳ  ସମୀର କୁମାର ଜେନା, ଆଇଏ ଏସ୍ ପ୍ରୋବେସନର କସ୍ତୁରୀ ସା, ଅନୁଗୋଳ ଉପଜିଲାପାଳ  ମାୟାଧର ବେହେରା, ଆଠମଲ୍ଲିକ ଉପଜିଲାପାଳ ଶ ଉପେନ୍ଦ୍ର ଲୋହା, ପାଳଲହଡା ଊପଜିଲାପାଳ  ରବିନ୍ଦ୍ର କୁମାର ପଟେଲ, ଡେପୁଟି କେଲେକ୍ଟର (ନିର୍ବାଚନ)  ମମତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିବାବେଳେ ଭାରତୀୟ ଜନତା ଦଳ, ବିଜୁ ଜନତା ଦଳ, ଆମ ଆଦମୀ ପାର୍ଟି, ଭାରତୀୟ ରାଷ୍ଟ୍ରିୟ କଂଗ୍ରେସର ପ୍ରତିନିଧୂମାନେ ଊପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *