
ଅନୁଗୋଳ ୩୦।୭ – ଅନୁଗୋଳ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ବୁଧବାର ସଂନ୍ଧ୍ଯାରେ ଅନୁଷ୍ଠିତ ହୋଇଛି ।ମହାସମାରୋହରେ ପାଳନ କରାଯିବା ନିମନ୍ତେ ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଅତିରିକ୍ତ ଜିଲାପାଳ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ଏହି ଉତ୍ସବକୁ ମହାସମାରୋହରେ ପାଳନ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଓ ସଦସ୍ୟମାନଙ୍କୁ ଅଧ୍ୟକ୍ଷ ସମ୍ବୋଧନ କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ହୋଇଥୁବା ନିଷ୍ପତ୍ତ ଅନୁସାରେ ସ୍ବାଧୀନତା ଦିବସର ପ୍ରତ୍ୟୁଷରୁ ସହରରେ ଡାକବାଜୀ ଯନ୍ତ୍ର ଯୋଗେ ରାମଧୁନ ପରିବେଷଣ କରାଯିବ । ପୂର୍ବାହ୍ନ ୬ ଘଟିକାରେ ପ୍ରଭାତ ଫେରୀ, ୭ ଘଟିକା ୩୦ ମିନିଟ୍ ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଘରୋଇ କୋଠାବାଡିରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପୂର୍ବାହ୍ନ ୯ ଘଟିକା ୧୫ ମିନିଟ୍ ସମୟରେ ପିଟିସି ପଡିଆ ଠାରେ ମୁଖ୍ୟ ଅତିଥୁଙ୍କ ଦ୍ବାରା ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ଦିବସ ଉପଲକ୍ଷେ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବକ୍ତୃତା, ଦେଶାତ୍ମବୋଧକ କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଗଲା । ଗତ ହାଇସ୍କୁଲ ସାର୍ଟିଫିକେଟ ପରିକ୍ଷାରେ ସର୍ବୋଚ୍ଚ ନମ୍ବର ରଖ୍ ଉତ୍ତୀର୍ଣ୍ଣ ହୋଇଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ସମ୍ବନ୍ଧିତ କରାଯିବ । ସେହିପରି ଗତ ସି ବି ଏସ୍ ଇ ଓ ଆଇ ସି ଏସ୍ ଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖ୍ ଉତ୍ତୀର୍ଣ୍ଣ ହୋଇଥିବା ଜଣେ ଲେଖା ଛାତ୍ର ଓ ଛାତ୍ରୀଙ୍କୁ ସମ,ର୍ଶିତ କରାଯିବ ବୋଲି ସ୍ଥିର କରାଗଲା । ପିଟି ସି ପଡିଆ ଠାରେ ଅଗଷ୍ଟ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ । ଉତ୍ସବ ଦିନ ସନ୍ଧ୍ୟା ସମୟରେ ସ୍ଥାନୀୟ ସଭାଘର ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଛି । ଉତ୍ସବ ଦିବସ ସହ ଜଡିତ ବିଭିନ୍ନ ଅନୁଷ୍ଠାନ/ବିଭାଗ ନିଜ ନିଜର ଦାୟିତ୍ବ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ରାୟଗୁରୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉପାସନା ପାଢି, ଉପ ଆରକ୍ଷୀ ଅଧକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ବାଗଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିଳ୍ପ ସଂସ୍କାମାନଙ୍କର ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧୁ, ସ୍ବେଛାସେବୀ, ବୁଦ୍ଧିଜୀବି, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।