ଖବର ଆଜିର.               ତାରିଖ:୩/୯/୨୫, ବୁଧବାର




୧-ରାଜ୍ୟର ୨ ମେଡିକାଲ୍ କଲେଜ ପାଇଁ ୨୦୦ MBBS ସିଟ୍ ମଞ୍ଜୁର, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ କହିଲେ ମୁଖ୍ୟମନ୍ତ୍ରୀ।

୨-ଭୁବନେଶ୍ୱର:ଆସନ୍ତା ସୋମବାରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ,ଆଜିଠୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ।

୩-ଘୁଞ୍ଚିଲା ଏନଆରଟିଏସ ପରୀକ୍ଷା, ସେପ୍ଟେମ୍ବର ୧୦ ପରିବର୍ତ୍ତେ ୧୯ରେ ହେବ।ସକାଳ ୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।

୪-କଟକ:୨୨ ତାରିଖରେ ହେବ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା।ସମୟ ରହିବ ଦିନ ୧୦ଟାରୁ ଦିନ ୧୨ଟା।

୫-ପୁରୀ:ସାର ବିକ୍ରୀରେ ଅନିୟମିତତା,୧୫୦ ବିକ୍ରେତାଙ୍କୁ ନୋଟିସ୍ ଜାରି।

୬-ପୁରୀ:ଛତିଶା ନିଯୋଗ ବୈଠକ ଶେଷ, ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ଅନୁମୋଦନ; ରାତ୍ର ୨ ଟାରୁ ଫିଟିବ ଦ୍ବାର।

୭-କବିସୂର୍ଯ୍ୟନଗର: ଝିଅର ପ୍ରେମ ବିବାହ, କୁଳ ସମାଜ ପକ୍ଷରୁ ପିତାଙ୍କୁ ୫୦ ହଜାର ତଣ୍ଡ।

୮-ଖୋର୍ଦ୍ଧା, ମୁଦୁଲିଢିହ ଗ୍ରାମ:ଦିନ ମଜୁରିଆ ଭାବେ ବେଙ୍ଗାଲୁରୁରେ କାମ କରୁଥିଲେ ଶୁଭମ ଶବର, ପାସ୍ କଲେ NEET,ବ୍ରହ୍ମପୁରର ମେଡିକାଲ କଲେଜରେ MBBS ପାଇଁ ନାମ ଲେଖାଇଲେ।ଶୁଭମଙ୍କ ବାପା ଜଣେ ଛୋଟ ଚାଷୀ, ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ।

୯-୮ ମାସ ହେଲା ଗଡୁଛି ୪୨୦ ଦଦରା ଆମ୍ବୁଲାନ୍ସ, ଡିସେମ୍ବରରୁ ସରିଲାଣି ଅବଧି, ରଙ୍ଗ ବଦଳିଲା, ବ୍ୟବସ୍ଥା ସୁଧୁରିଲା ନାହିଁ।

୧୦-ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ।

୧୧-ଭୁବନେଶ୍ୱର:୪ କୋଟି ଟଙ୍କା ହେରଫେର୍‌ ; ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ।

୧୨-ରାୟଗଡ଼ା:ଖାକିରେ ପୁଣି ଲାଗିଲା ଦାଗ , ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ୩ ହୋମଗାର୍ଡ ସମେତ ୭ ଅଭିଯୁକ୍ତ ଗିରଫ।

୧୩-ସମ୍ବଲପୁର:ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦର ୨ଟି ଗେଟ୍।

୧୪-ଭୁବନେଶ୍ୱର:ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ।

୧୫-ଗଞ୍ଜାମ:ଏମକେସିଜି ମେଡିକାଲରେ ପୁଣି ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ଶାରୀରିକ-ମାନସିକ ନିର୍ଯାତନା ଦେଉଛନ୍ତି ସିନିୟର!

୧୬-ଛତିଶଗଡ଼:ମାଓବାଦୀଙ୍କ ବର୍ବରତା; ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଯୁବକଙ୍କୁ ଗଳା କାଟି ଅତି ନର୍ମମ ଭାବେ କଲେ ହତ୍ୟା।

୧୭-ପୂଜା ପୂର୍ବରୁ କର୍ମଚାରୀଙ୍କ ଦରମା ବୃଦ୍ଧି କଲା IT କମ୍ପାନି TCS।ଅଧିକାଂଶ କର୍ମଚାରୀଙ୍କ ଦରମା ୪.୫-୭ ପ୍ରତିଶତ ବୃଦ୍ଧି,ଭଲ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ୧୦ ପ୍ରତିଶତ ଇନକ୍ରିମେଣ୍ଟ।

୧୮-ଉତ୍ତର ପ୍ରଦେଶ :ହେଲମେଟ୍ ନଥିଲେ ପେଟ୍ରୋଲପମ୍ପରେ ମିଳିବନି ତେଲ।

୧୯-ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେବା ଘଟଣା: ୪ରେ ବିହାର ବନ୍ଦ ଡାକରା।

୨୦-ସେମିକନ୍ ଇଣ୍ଡିଆ ସମ୍ମିଳନୀ-୨୦୨୫ର ଶୁଭାରମ୍ଭ:  ଦିଲ୍ଲୀ ଯଶୋଭୂମିରେ ୩ ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୨୧-କାବୁଲ: ଆଫଗାନିସ୍ତାନ ଭୂକମ୍ପ, ମୃତ୍ୟୁ ସଂଖ୍ୟା ୧୪୦୦ ଟପିଲା। ସହସ୍ରାଧିକ ଏବେ ବି ନିଖୋଜ।

Advertisement

Leave a Reply

Your email address will not be published. Required fields are marked *