
ଅନୁଗୁଳ-୧୮/୦୯ । ଅନୁଗୁଳ ବ୍ଲକ ଅନ୍ତର୍ଗତ ବାଳୁଅକଟା ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମର ୧୦ବର୍ଷିଆ ନାବାଳିକା ଛାତ୍ରୀ ଜସ୍ମିନ୍ ସେଠର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ଦାବିରେ ଆନେ୍ଦାଳନକୁ ଭଣ୍ଡୁର କରିବା ଉଦେ୍ଦଶ୍ୟରେ ବିଭିନ୍ନ ଗ୍ରାମରୁ ଆସୁଥିବା ମହିଳାମାନଙ୍କ ଉପରେ ଜିଲ୍ଲା ପୋଲିସ୍ ପ୍ରଶାସନର ବର୍ବର ଓ ଅମାନବୀୟ ଦମନଲୀଳାକୁ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ନାବାଳିକା ଛାତ୍ରୀ ଜସ୍ମିନ୍ ସେଠର ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୀର୍ଘ ୧୧ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କୁ ଗିରଫ କରିବାରେ ପୋଲିସ୍ ପ୍ରଶାସନର ବିଫଳତା ବିରୁଦ୍ଧରେ ଅଞ୍ଚଳର ମହିଳାମାନଙ୍କ ସମେତ ଜନସାଧାରଣ ଜିଲ୍ଲା ଏସ୍.ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ପୋଲିସ୍ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଥିଲେ । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶାନ୍ତିପୂର୍ଣ୍ଣ ଭାବରେ ସଭା, ଶୋଭାଯାତ୍ରା, ସମାବେଶ, ଆନେ୍ଦାଳନ, ବିକ୍ଷୋଭ ପ୍ରଦର୍ଶନ କରିବା ଜନସାଧାରଣଙ୍କର ମୌଳିକ ସାମ୍ବିଧାନିକ ଅଧିକାର ହୋଇଥିବାବେଳେ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ ପାଇଁ ଆସୁଥିବା ମହିଳାମାନଙ୍କୁ ଗାଁ ଗାଁରେ ପୋଲିସ୍ ଧମକ ଚମକ ଦେବା, ମହିଳାମାନଙ୍କୁ ଆଣିବା ପାଇଁ ଥିବା ବସ୍, ଅଟୋ ଗୁଡିକୁ ପୋଲିସ୍ ପ୍ରଶାସନ ବଳପୂର୍ବକ ଫେରାଇ ଦେବା ଅତ୍ୟନ୍ତ ଅଗଣତାନ୍ତ୍ରିକ, ଅନ୍ୟାୟ, ଅମାନବିକ, ଅସାମ୍ବିଧାନିକ ଓ ନିନ୍ଦନୀୟ ଏବଂ ଗଣତନ୍ତ୍ର ପ୍ରତି ଏକ ଅଶୁଭ ସଙ୍କେତ ବୋଲି ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ପ୍ରକାଶ କରାଯାଇଛି । ଏପରିକି ପୋଲିସ୍ର ଦମନଲୀଳାକୁ ବେଖାତିର କରି ଜସ୍ମିନ୍ ସେଠର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ପ୍ରଚଣ୍ଡ ଗୁଳୁଗୁଳି ଓ ଗ୍ରୀଷ୍ମପ୍ରବାହକୁ ଉପେକ୍ଷା କରି ପାଦରେ ଚାଲି ଚାଲି ଆସୁଥିବା ମହିଳାମାନଙ୍କର ପିଇବା ପାଣି ଗାଡିକୁ ପୋଲିସ୍ ଅଟକାଇବା ଅତ୍ୟନ୍ତ ଅମାନବୀୟ ଓ ପୋଲିସ୍ ପ୍ରଶାସନର ଗୁଣ୍ଡାରାଜର ନିଦର୍ଶନ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟରେ ବିଜେପି ନେତୃତ୍ୱରେ ଡବଲ ଇଞ୍ଜନ ସରକାର ଆସିବା ପାରେ ନାରୀ, ଶିଶୁକନ୍ୟା, ଛାତ୍ରୀମାନଙ୍କ ଉପରେ ଦୁଷ୍କର୍ମ ଓ ହତ୍ୟା ବଢ଼ି ବଢ଼ି ·ଲିଛି । ଗୋଟିଏ ପଟରେ ସରକାର “ବେଟି ବଚାଓ ବେଟି ପଢ଼ାଓ ସ୍ଲୋଗାନ୍’ ଦେବା ସହିତ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ “”ଏକ୍ ପେଡ୍ ମା’କେ ନାମ୍” ପାଇଁ ବ୍ୟାପକ ପ୍ର·ର କରୁଥିବାବେଳେ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଲଢ଼େଇ କରୁଥିବା ମାଆମାନଙ୍କ ଉପରେ ପୋଲିସ୍ର ଦମନଲୀଳା ସରକାରଙ୍କର ଫମ୍ପା ନାରୀ ସୁରକ୍ଷା ଓ ଦୋମୁହାଁ ନୀତିର ପ୍ରତିଫଳନ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ହତ୍ୟାକାରୀଙ୍କୁ ଗିରଫ କରିବାରେ ପୋଲିସ୍ ପ୍ରଶାସନ ନିଜର ଅପାରଗତା, ଦାୟିତ୍ୱହୀନତା, ନିସ୍କ୍ରିୟତାକୁ ଘଣ୍ଟ ଘୋଡାଇବା ପାଇଁ ଆନେ୍ଦାଳନକୁ ହିଟଲରୀ କାଇଦାରେ ଦମନ କରିବାର ହୀନ ପଦକ୍ଷେପ ବିରୁଦ୍ଧରେ ସମସ୍ତ ଗଣତନ୍ତ୍ରପ୍ରେମୀ ଶୁଭବୁଦ୍ଧି ସମ୍ପର୍ଣ୍ଣ ଜନସାଧାରଣ ଆଗେଇ ଆସିବା ପାଇଁ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଜିଲ୍ଲା ପକ୍ଷରୁ ଜିଲ୍ଲା କମିଟି ସଭ୍ୟ ଜୟସେନ୍ ମେହେର, ବ୍ରଜବନ୍ଧୁ ସାହୁ, ନବକିଶୋର ପ୍ରଧାନ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ସଞ୍ଜୟ ସାହୁ, ରଣଜିତ ପ୍ରଧାନ, କୈଳାସ ସାହୁ ପ୍ରମୁଖ ଆହ୍ୱାନ କରିଛନ୍ତି ।


