ମେଲେରିଆରେ ଜଣେ ନାବାଳିକାର ମୃତ୍ୟୁ, ଦୁଇ ମାସରେ ୧୫ ଆକ୍ରାନ୍ତ ।

ଅନୁଗୋଳ ୩୧।୭ –  ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଗ୍ରାମପଞ୍ଚାୟତର ଗୋପୀନାଥପୁର ଗାଁରେ ବଢୁଛି ମେଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ।  ମେଲେରିଆ ଆକ୍ରାନ୍ତରେ ଜଣେ ୧୩ ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଛି l ଏପରିକି ମୃତ ନାବାଳିକାଙ୍କ ପରିବାର ଦୁଇ ଜଣ ସଦସ୍ୟ ମେଲେରିଆରେ ଆକ୍ରାନ୍ତ ହୋଇଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l ଯାହାକୁ ନେଇ ଭୟଭୀତ ଅଛନ୍ତି ଗ୍ରାମବାସୀ l

ମୃତ ୧୩ ବର୍ଷର ନାବାଳିକା  ଝିଅ ଗୀତାଞ୍ଜଳି ନାୟକ

              ସୂଚନା ଯେ ଦୀର୍ଘ ବର୍ଷ ହେବ ବ୍ଲକ ଅଞ୍ଚଳରୁ ମେଲେରିଆ ଲୋପ ପାଇଯାଇଥିବା ବେଳେ ଏଵେ ପୁଣି ବୃଦ୍ଧି ପାଇବାରେ ଲାଗିଛି ମେଲେରିଆ l ଛେଣ୍ଡିପଦା ବ୍ଲକର ଜରିପାଳ, କର୍ଣ୍ଣପାଳ, ନୂଆଗାଁ, କଣଲୋଇ, ଦୁର୍ଗାପୁର, ପୁଟଗାଡ଼ିଆ ଆଦି ଗ୍ରାମରେ ମେଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି l ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ମାସରେ ୧୫ଜଣ ମେଲେରିଆରେ ଆକ୍ରାନ୍ତ ହେଲେଣି l ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ l ଜୁଲାଇ ୨୨ତାରିଖରେ ବରପଦା ଗାଁର ଧନେଶ୍ୱର ନାୟକଙ୍କ ୧୩ବର୍ଷର ଝିଅ ଗୀତାଞ୍ଜଳି ନାୟକ ବିଦ୍ୟାଳୟକୁ ଯାଇଥିବା ବେଳେ ଦେହ ଅସୁସ୍ଥ ହୋଇଥିଲା l ଏନେଇ ଗୀତାଞ୍ଜଳି ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ଲୋକେ ତୁରନ୍ତ ତାଙ୍କୁ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ l ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ମେଲେରିଆ ଓ ରକ୍ତ କମ ଥିବା ଜାଣିବାକୁ ପାଇଥିଲେ l ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଓ ପରେ କଟକ ବଡ଼ ଡାକ୍ତର ଖାନାକୁ ପଠାଇ ଦେଇଥିଲେ l ସେଠାରେ ଗୋଟିଏ ଦିନ ପରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l ଝିଅର ମୃତ୍ୟୁକୁ ନେଇ ପରିବାର ଲୋକ ଭାଙ୍ଗି ପଡ଼ିଥିବା ବେଳେ ମୃତକଙ୍କ ବାପା ଧନେଶ୍ୱର ଓ ସ୍ନେହ ନାୟକ ମେଲେରିଆରେ ଆକ୍ରାନ୍ତ ହୋଇ ଏଵେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ଦୁଇ ଜଣ ମେଲେରିଆ ଆକ୍ରାନ୍ତ ହେଵା ପରେ ଗ୍ରାମବାସୀ ଭୟଭୀତ ଅଛନ୍ତି l ଗ୍ରାମରେ ଯେପରି ମେଲେରିଆ ନବ୍ୟାପୀବ ସରକାର ସେଥିପାଇଁ ପଦକ୍ଷେପ ନେବା ଦରକାର l ଯେପରି ଆଉ କୌଣସି ମା ତାର ଛୁଆକୁ ନ ହରାଇବେ ସେ ନେଇ ପଦକ୍ଷେପ ନେବା ପାଇଁ ମୃତକଙ୍କ ମା ବୈଜୟନ୍ତୀ ନାୟକ ନିବେଦନ କରିଛନ୍ତି l
ଗାଁ ଗୁଡିକ ଖଣି ଖାଦାନରେ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ  ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହିଁ l ଯା ଫଳରେ ନାଳ ନର୍ଦ୍ଦମା ଦିନକୁ ଦିନ ବଢ଼ି ଚାଲିଛି ଳ ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମୁଳୁ ନାହିଁ ବୋଲି ଗ୍ରାମର କୁମୁଦ ପ୍ରଧାନ ଅଭିଯୋଗ କରିଛନ୍ତି l
ମୃତକଙ୍କ ପରିବାର ବହୁ ଗରିବ ଶ୍ରେଣୀର lମୂଲ ମଜୁରୀ ଲାଗିଲେ ପରିବାର ଚଳାନ୍ତି l ଝିଅକୁ ହରାଇ ପରିବାର ଲୋକ ଭାଙ୍ଗି ପଡ଼ିଥିବା ବେଳେ ମୃତକଙ୍କ ବାପା ଓ ଭଉଣୀ ଏଵେ ମେଡ଼ିକାଲରେ l ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପରିବାର ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଗ୍ରାମ୍ୟ କମିଟି ସଭାପତି ଅଙ୍ଗଦ ନାୟକ ଦାବି କରିଛନ୍ତି  ।  ଏନେଇ ମୃତକଙ୍କ ମା ଏନେଇ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି l

Advertisement

Leave a Reply

Your email address will not be published. Required fields are marked *