ଅନୁଗୋଳ:୩୧/୭- ଅନୁଗୋଳ ଜିଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରାସାଦ ଗ୍ରାମର ଦୁଇ ଦମ୍ପତି ବ୍ରାଉନ ସୁଗାର ସହିତ ଧରା ପଡିବାରୁ ନାଲକୋ ଥାନା ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାର ନାଲକୋ ଥାନା ଅଧିକାରୀ ଶ୍ୟାମ ଲାଲ ଓରାମ ଜଣାଇଛନ୍ତି ।

ଅନେକ ଦିନ ହେବ ସ୍ବାମୀ ସ୍ତ୍ରୀ ବେପାର କରିଆସୁଥିଲେ। ସ୍ବାମୀ ପ୍ରଦ୍ୟୁମ୍ନ ଆଗରୁ ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଧରା ପଡି ଜେଲ ଯାଇଥିଲା, ଜାମିନ ରେ ଆସି ପୁଣି ବେପାର କରୁଥିଲା ସ୍ତ୍ରୀ ଝିଲି ଫେରାର ଥିଲା। ବୁଧବାର ସନ୍ଧ୍ୟା ରେ ବିଶେଷ ସୁତ୍ର ରୁ ଖବର ପାଇ ସ୍ପେଶିଆଲ ସ୍କ୍ୱାଡ ଓ ନାଲକୋ ପୋଲିସ ଅଚାନକ ଦମ୍ପତି ଙ୍କ ଘରେ ଚଢାଉ କରିଥିଲା ବ୍ରାଉନ ସୁଗାର ସମେତ ସ୍ବାମୀ ଓ ସ୍ତ୍ରୀ କୁ ମାଡି ବସିଥିଲା ପୋଲିସ,ଯାଞ୍ଚ ସମୟରେ ପୁଲିସ ସେମାନଙ୍କ ଠାରୁ ୫ ଗ୍ରା.୮୪୦ ମି. ଗ୍ରା.ଗ୍ରାମ ବ୍ରାଉନ ସୁଗାର ସହିତ ତିନିଟି ମୋବାଇଲ ଫୋନ ବ୍ୟବହାର କରୁଥିବା ଏକ କାର , ଜାଭା ବାଇକ ଓ ନଗଦ ୨୬୧୦ଟଙ୍କା ଜବତ କରିଛି।ଏହି କାରବାରରେ ସଂପୃକ୍ତ ବଳରାମ ପ୍ରସାଦ ଗ୍ରାମର ପ୍ରଦ୍ୟୁମ୍ନ ସାହୁ (୩୦)ଓ ଝିଲି ସାହୁ (୨୬) କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।