ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ “କ୍ରୀଡ଼ାରେ କ୍ୟାରିୟର” ସମ୍ପର୍କିତ ସେମିନାର



ବାଲେଶ୍ଵର ୨/୮- ବାଲେଶ୍ୱର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ଶନିବାର  ୧୨ ଘଟିକା ସମୟ ରେ କମର୍ସ ବ୍ଲକ ପରିସରରେ କ୍ରୀଡ଼ାରେ କ୍ୟାରିୟର ସମ୍ପର୍କିତ ଏକ ସେମିନାର ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମିଳିତ ଜାତିସଂଘର ୟୁନିସେଫ୍ ଆନ୍ତର୍ଜାତୀୟ ସଂସ୍ଥାର ମିଳିତ ଆନୁକୁଲ୍ୟରେ ଜୁମ୍ ମିଟ ଅନଲାଇନ ପ୍ଲାଟଫର୍ମ ଦ୍ୱାରା ସମ୍ପାଦିତ ହୋଇଛି।

ଏହି ଆଲୋଚନାରେ +୨ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ର ଅନେକ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଅଧ୍ୟାପକ ମନୋରଞ୍ଜନ ପଣ୍ଡା,ଅଧ୍ୟାପିକା ଅନୁପମା ବେହେରା ଓ ମିତାଲି ରାଉତ ରାୟ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ। ବିଶିଷ୍ଟ କ୍ରୀଡ଼ା ବିଶେଷଜ୍ଞ ଶ୍ରୀଯୁକ୍ତ ଜୟଦେବ ମହାପାତ୍ର କ୍ରୀଡ଼ାରେ କ୍ୟାରିୟର ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପରିଶେଷରେ ପ୍ରଶ୍ନ ଉତ୍ତର ଭିତ୍ତିକ ଆଲୋଚନା ହୋଇଥିଲା। ଏହି ଆଲୋଚନା ସୁଚାରୁରୂପେ ସମ୍ପାଦନା କ୍ଷେତ୍ରରେ ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ରଣା ଓ ଉପାଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରାଉତ ପ୍ରମୁଖ ଭୂମିକା ତୁଲାଇ ଥିଲେ।

Advertisement

Leave a Reply

Your email address will not be published. Required fields are marked *