ବୃହତ୍ ଶିଳ୍ପ ଗୁଡ଼ିକ ଲଘୁ ଉଦ୍ୟୋଗ ପ୍ରତି ଅଣଦେଖା ।

ଅନୁଗୋଳ ୩।୮- ଅନୁଗୋଳ ଭଳି ଏକ ବିକାଶୀଳ ଜିଲାରେ ବାଣିଜ୍ୟ ଓ ଶିଳ୍ପର ବିକାଶ ପାଇଁ ଏଡିସିସିଆଇ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ନିକଟରେ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ନେତୃତ୍ୱରେ ଦିଲ୍ଲୀ ଗସ୍ତ କରି  ବିଭିନ୍ନ ବିଭାଗର କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରି ଫେରିଛନ୍ତି। ଏହି ଆଲୋଚନାରୁ ଅନୁଗୋଳ ଜିଲାର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ମାନଙ୍କୁ ସୁଫଳ ମିଳିବ । ରବିବାର ସ୍ଥାନୀୟ ଏକ  ଘରୋଇ  ହୋଟେଲରେ ଆୟୋଜିତ ଖବରଦାତା  ସମ୍ମିଳନୀରେ ଅନୁଗୁଳ ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନର କର୍ମକର୍ତ୍ତା ଏକଥା ପ୍ରକାଶ କରିଛନ୍ତି ।

Advertisement

ସମ୍ମିଳନୀରେ ଯୋଗ ଦେଇ ପ୍ରତିଷ୍ଠାନର ସଭାପତି ଦୀପକ ବର୍ମା ଏବଂ ସମ୍ପାଦକ ଅଶୋକ ମୋଦି ଏବଂ ପୂର୍ବତନ ସଭାପତି ଅଶୋକ ଜୈନ ପ୍ରକାଶ କରିଥିଲେକି ସେମାନେ ଦିଲ୍ଲୀରେ  ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରମ ମନ୍ତ୍ରୀ ସୁଶ୍ରୀ ଶୋଭା କରଣ୍ଡଲାଜେ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଙ୍କୁ ଭେଟି ଅନୁୁଗୋଳ  ଜିଲାର ବିକାଶ ନେଇ ବିଭିନ୍ନ ପ୍ରସ୍ତାବ ଓ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।ସେହିଭଳି ପ୍ରତିଷ୍ଠାନର କର୍ମକର୍ତ୍ତା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଅନୁଗୋଳରେ ଡାଉନ୍ ଷ୍ଟ୍ରିମ୍ ବାଣିଜ୍ୟ ପ୍ରତିଷ୍ଠା,କମ ସୁଧରେ ଋଣ,କ୍ୟାପିଟାଲ ସବ୍ସିଡି ଆଦି ଉପରେ ଫଳପ୍ରଦ ଆଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ଭୋକାଲ ଫର୍ ଲୋକାଲ ନୀତି ଅନୁସାରେ ସ୍ଥାନୀୟ ବୃହତ୍ ଶିଳ୍ପ ଗୁଡ଼ିକ ଲଘୁ ଉଦ୍ୟୋଗ ପ୍ରତି ଅଣଦେଖା କରୁଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା। ଅନୁଗୋଳରେ ୨୦୦ ଏକର ପରିମିତ ଅଞ୍ଚଳରେ ଏକ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର  ସ୍ଥାପନ ଦ୍ଵାରା ସ୍ଥାନୀୟ ଉଦ୍ୟୋଗୀ ମାନେ କିପରି ଉପକୃତ ହୋଇପାରିବେ ସେଥିନେଇ କର୍ମକର୍ତ୍ତା ମାନେ ମନ୍ତ୍ରୀଙ୍କୁ ବୁଝାଇଥିଲେ। ଖବରଦାତା  ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ  ସଂଗଠନର ଉପସଭାପତି ସୁବାସ ପ୍ରଧାନ,ବିକ୍ରମ ଅଗ୍ରୱାଲ,ମୁଖ୍ୟ ସଂଯୋଜକ ଚନ୍ଦ୍ରକାନ୍ତ ଧଳ,ସୋସିଆଲ ମିଡ଼ିଆ ସଂଯୋଜକ ସୁନିଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *