୫ମ ଟେଷ୍ଟ : ଇଂଲଣ୍ଡକୁ ୬ ରନରେ ହରାଇଲା ଭାରତ, ସିରିଜ ଡ୍ର

ଓଭାଲରେ  ଖେଳାଯାଉଥିବା ଅନ୍ତିମ ଟେଷ୍ଟରେ ବିଜୟୀ ହୋଇଛି ଭାରତ। ଘରୋଇ ଦଳକୁ ଟିମ ଇଣ୍ଡିଆ ୬ ରନରେ ପରାଜିତ କରିଛି। ରୋମାଞ୍ଚଭରା ଏହି ମ୍ୟାଚର ଅନ୍ତିମ ଦିବସରେ ଭାରତକୁ ବିଜୟ ପାଇଁ ୪ ଉଇକେଟ ଆବଶ୍ୟକ ଥିବାବେଳେ ଇଂଲଣ୍ଡକୁ ୩୫ ରନ ଦରକାର ପଡ଼ୁଥିଲା। ଭାରତୀୟ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରି ଶେଷ ଦିନରେ ୨୭ ରନ ଦେଇ ୪ ଉଇକେଟ ହାସଲ କରିନେଇଥିଲେ। ଇଂଲଣ୍ଡକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯାହାଫଳରେ ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ ୨-୨ରେ ବରାବର ରହିଛି।

Advertisement

୩୭୪ ରନର ବିଜୟ ଲକ୍ଷ୍ୟ ନେଇ ଘରୋଇ ଇଂଲଣ୍ଡ ୨ୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ଆରମ୍ଭରୁ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଜୋ ରୁଟ(୧୦୫) ଏବଂ ହ୍ୟାରି ବ୍ରୁକ(୧୧୧)ଙ୍କ ଶତକୀୟ ଇନିଂସ ଦଳକୁ ବିଜୟ ଅଭିମୁଖେ ନେଇଥିଲା। କିନ୍ତୁ ଉଭୟଙ୍କ ଉଇକେଟ ପତନ ପରେ ଭାରତୀୟ ବୋଲରମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନଙ୍କୁ ଅକଳରେ ପକାଇ ଦେଇଥିଲେ। ଗୋଟିଏ ପରେ ଗୋଟିଏ ଉଇକେଟ ହରାଇଥିଲା ଘରୋଇ ଦଳ। ଶେଷରେ ୩୬୭ ରନରେ ଦଳ ଅଲଆଉଟ ହୋଇଯାଇଥିଲା।

ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୫ ଉଇକେଟ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା ୪ ଏବଂ ଆକାଶ ଦୀପ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

Advertisement

Leave a Reply

Your email address will not be published. Required fields are marked *