
ଅନୁଗୋଳ ୭।୮- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୋପବନ୍ଧୁ ଏକାଡେମୀ ଭୁବନେଶ୍ବରରୁ ୨୦୨୨ ବ୍ୟାଚର ୮୪ ଜଣ ଓଡିଶା ପ୍ରସାଶନିକ ସେବାର ଅଧିକାରୀମାନେ ଅନୁଗୋଳ ଜିଲାକୁ ଗାଁ ପରିଦର୍ଶନ ପ୍ରଶିକ୍ଷଣ ନିମନ୍ତେ ୫ ଦିନିଆ କାର୍ଯ୍ୟକ୍ରମରେ ଚଳିତ ମାସ ୩ ତାରିଖରେ ଆସିଥିଲେ । ଏହି ଅଧିକାରୀମାନଙ୍କୁ ଜିଲା ପ୍ରଶାସନ ତରଫରୁ ଜିଲାପାଳ ଅବଦାଲ୍ ମୁହମ୍ମଦ୍ ଅତର ସ୍ଥାନୀୟ ବ୍ଲାକ ଡାଇମଣ୍ଡ ଠାରେ ସ୍ବାଗତ କରିଥିଲେ ଜିଲାପାଳ ଅଧିକାରୀମାନଙ୍କୁ ଗାଁ ପରିଦର୍ଶନ ପ୍ରଶିକ୍ଷଣର ଗୁରତ୍ବ ଓ ମହତ୍ବ ବିଷୟରେ ଆଲୋକପାତ କରିବା ସହିତ ଗାଁ ପରିଦର୍ଶନ ସମୟରେ ସଠିକ ଭାବେ ଅଭିଜ୍ଞତାକୁ ସାଉଁଟି ଆଗାମୀ ଦିନରେ ଦକ୍ଷ ପ୍ରଶାସକ ହେବା ପାଇଁ ମାର୍ଗଦର୍ଶନ କରିଥିଲେ । ଏହି ୮୪ ଜଣ ଅଧିକାରୀମାନଙ୍କୁ ଜିଲାର ୮ଟି ବ୍ଳକକୁ ଭାଗ କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନେରେ ଜିଲାର ବିଭିନ୍ନ ପଞ୍ଚାୟତରେ ଗାଁ ପରିଦର୍ଶନ ପ୍ରଶିକ୍ଷଣ ନିମନ୍ତେ ପଠାଯାଇଥିଲା । ଓଡିଶା ପ୍ରଶାସନିକ ସେବାର ପ୍ରଶିକ୍ଷାର୍ଥୀମାନେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ଊନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ ହେବା ସହ ଗ୍ରାମାଞ୍ଚଳର ଲୋକମାନଙ୍କ ସହିତ ସିଧାସଳଖ ମିଶିବାର ସୁଯୋଗ ପାଇଥିଲେ । ଏହି ୫ ଦିନର କାର୍ଯ୍ୟକ୍ରମ ଶେଷ ଦିବସରେ ପ୍ରଶିକ୍ଷାର୍ଥୀମାନଙ୍କୁ ବ୍ଲାକ ଡାଇମଣ୍ଡ ଠାରେ ପୁନଶ୍ଚ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଭାରତୀୟ ପ୍ରଶାସନିକ ସେବାର ଅଧିକରୀ ତାଳଚେର ଉପଜିଲାପାଳ ସମୀର କୁମାର ଜେନା ଯୋଗ ଦେଇ ଏହି ଗାଁ ପରିଦର୍ଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲାର ଅନୁଭୁତିକୁ ଆଗାମୀ ଦିନରେ ନିଜର ଚାକିରୀ ଜୀବନରେ ଦକ୍ଷ ପ୍ରଶାସନିକ ସେବା ଅଧୋକାରୀ ଭାବେ ଦାୟିତ୍ବ ତୁଲାଇବା ସହିତ ଏଠାକାର ଅଭିଜ୍ଞତା ଉପଯୋଗ କରି ପ୍ରଶିକ୍ଷଣରୁ ଲାଭାନ୍ବିତ ହେବା ନିମନ୍ତେ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ ଓଡିଶା ପ୍ରସାଶନିକ ସେବାର ଅଧିକାରୀମାନଙ୍କ ଆଗାମୀ ଚାକିରୀ ଜୀବନ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଓଡିଶା ପ୍ରସାଶନିକ ସେବାର ଅଧିକାରୀମାନେ ସାଉଁଟି ଥୁବା ଅଭିଜ୍ଞତାକୁ ଖୁସିବ୍ୟକ୍ତ କରିବା ସହ ଅନୁଗୋଳ ଜିଲାରେ ଏହି ଗାଁ ପରିଦର୍ଶନ କର୍ଯ୍ୟ ସୁଚାରୁରୁପେ ସମ୍ପାଦନ ହେବା ସହ ଗ୍ରାମ୍ୟ ଜୀବନର ଅଭିଜ୍ଞତା ପାଇଥିବାରୁ ରାଜ୍ୟ ସରକାର ଏବଂ ଜିଲାପାଳଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ, ସହକାରୀ ଜିଲାପାଳ ସୁକାନ୍ତ କୁମାର ସାହୁ, ଜିଲା ନିଜାରତ ଅଧିକାରୀ ମନ୍ମଥ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।