ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ  ପ୍ରସ୍ତୁତି। 
ବିଭିନ୍ନ  କାର୍ଯ୍ୟକ୍ରମ  ପାଇଁ ଦାଇତ୍ବ  ବଣ୍ଟନ।

ଅନୁଗୋଳ ୭।୮-: ଅନୁଗୋଳ ଜିଲା ଭାଜପା  କାର୍ଯ୍ୟାଳୟରେ ଜିଲା ସଭାପତି ଯଯାତି ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ଗୁରୁତ୍ୱପୂର୍ଣ  ବୈଠକ ଗୁରୁବାର ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଛି | ଜିଲାର ସାଙ୍ଗଠନିକ ଆଲୋଚନା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ଆଗାମୀ ଦିନର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଛି | ଆଗାମୀ ଅଗଷ୍ଟ ୧୦ ରୁ ୧୪ ଅଗଷ୍ଟ ପର୍ଯ୍ୟନ୍ତ  ଜିଲାର ସମସ୍ତ ମଣ୍ଡଳରେ ତିରଙ୍ଗା ଯାତ୍ରା, ୧୩ ରୁ ୧୫ ତାରିଖରେ ସମସ୍ତ ଘର ଏବଂ ପ୍ରତିଷ୍ଠାନରେ ପାର୍ଟି କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ତିରଙ୍ଗା ପତାକା ଉତ୍ତୋଳନ ଓ ୧୨ ରୁ ୧୪ ତାରିଖ  ପର୍ଯ୍ୟନ୍ତ ସ୍ମାରକୀ, ଯୁଦ୍ଧ ସ୍ମାରକୀ ଏବଂ ସ୍ଵାଧୀନତା ସଂଗ୍ରାମ ସହିତ ସ୍ତମ୍ଭ ଆଦି ଗୁରୁତ୍ତ୍ୱପୂର୍ଣ ସ୍ଥାନଗୁଡିକ ପାଖରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କରାଯିବା ।   ଅଗଷ୍ଟ ୧୪ରେ ବିଭାଜନ ବିଭୀଷିକା ଉପରେ ଜିଲା କାର୍ଯ୍ୟାଳୟରେ ବୁଦ୍ଧିଜୀବୀ ସମ୍ମିଳନୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି |
     ସମସ୍ତ କାର୍ଯ୍ୟକ୍ରମର ମଣ୍ଡଳ ସ୍ତରରେ ସଂଯୋଜକ ଓ ସହ ସଂଯୋଜକ ଦାୟିତ୍ୱ ଦିଆଯାଇଛି ଏବଂ ସମସ୍ତ ବିଧାନସଭାର କାର୍ଯ୍ୟକ୍ରମ ପାଇଁ ଜିଲାର ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ଦାୟିତ୍ୱ ଦିଆଯାଇଛି |  ବୈଠକରେ ଜିଲା ସଭାପତିଙ୍କ ସମେତ ବରିଷ୍ଠ ନେତା ନୃସିଂହ ବରାଳ, ଚୌଧୁରୀ ପ୍ରଧାନ, ପ୍ରତିମା ମିଶ୍ର, ପର୍ଶୁରାମ ବାରିକ, ପ୍ରତ୍ୟୁଷ ପଣ୍ଡା, ବସନ୍ତ ମଞ୍ଜରୀ ପ୍ରଧାନ, ଦିଲ୍ଲୀପ ଦାସ, ଚିତ୍ତରଞ୍ଜନ ମେହେର, ଅକ୍ଷୟ ପାଦ ବେହେରା, ଗୋପବନ୍ଧୁ ଗଡ଼ନାୟକ ସିଦ୍ଧାର୍ଥ ରାଉତରାୟ, ସୀପନ ଦେହୁରୀ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ |

Advertisement

Leave a Reply

Your email address will not be published. Required fields are marked *