ଅନୁଗୋଳ: ୧୧/୮- : ଅନୁଗୋଳ ସହର ଉପକଣ୍ଠ ସ୍ଥିତ ନାଲକୋ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘ କାର୍ଯ୍ୟାଳୟରେ ଅର୍ନ୍ତଜାତୀୟ ମୂଳନିବାସୀ ଦିବସ ପାଳିତ ବର୍ଣ୍ଣାଢ ସମାବେଶରେ ଅନୁଷ୍ଠିତ ହୋଇଯାଇଅଛି। ସଂଘର ସଭାପତି କେଦାର ନାଥ ଦେହୁରୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନାଲକୋର ମହାପ୍ରବନ୍ଧକ (ସ୍ମେଲଟର) ଶ୍ରୀଯୁକ୍ତ ସତ୍ୟନାରାୟଣ ବାସ୍କେ, ମୁଖ୍ୟ ବକ୍ତାଭାବେ ବରିଷ୍ଠ ପ୍ରବନ୍ଧକ ଶ୍ରୀଯୁକ୍ତ ଅଭିରାମ ହାଁସଦାଃ, ସମ୍ମାନିତ ଅତିଥି ଭାବେ ମହାପ୍ରବନ୍ଧକ ଶ୍ରୀଯୁକ୍ତ ରମେନ୍ଦ୍ର କୁମାର ପ୍ରଧାନ(ସିପିପି), ବରିଷ୍ଠ ଡାକ୍ତର ଡଃ. ଦଶରଥ କିସାନ, ମହାପ୍ରବନ୍ଧକ ଶ୍ରୀଯୁକ୍ତ ଆସେ କିସ୍କୁ(ସ୍ମେଲଟର), ମହାପ୍ରବନ୍ଧକ ଶ୍ରୀଯୁକ୍ତ ଶ୍ରୀବତ୍ସ ନାଗ(ସିପିପି), ଏଜିଏମ ତଥା ଏସସି ଓ ଏସଟି କର୍ମଚାରୀ ସଂଯୋଗ ଅଧିକାରୀ ଶ୍ରୀଯୁକ୍ତ ଶୀତଳ ସମୀର ମାଝୀ, ସମ୍ମାନିତ ବକ୍ତା ଭାବେ ବରିଷ୍ଠ ପ୍ରବନ୍ଧକ ଶ୍ରୀଯୁକ୍ତ ରାମଚନ୍ଦ୍ର ମାଝୀ ଯୋଗଦେଇ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ସଭାର ପ୍ରାରମ୍ଭରେ ସମସ୍ତ ଅତିଥିମାନଙ୍କୁ ସ୍ବାଗତ କରାଯାଇ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା। ବାବାସାହେବ ଆମ୍ବେଦକର, ସ୍ବାଧିନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା।ସମ୍ମାନୀୟ ଅତିଥିଗଣ ମୂଳନିବାସୀଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମହିଳାଙ୍କ ପ୍ରତି ସମ୍ମାନ ଦେବା, ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରାଇବା, ଆଦିବାସୀ ସଂସ୍କୃତି ବଜାୟ ରଖିବାକୁ ଆହ୍ବାନ କରିଥିଲେ।
ଦେଶାଉଳୀ ମହିଳା ସଂଘ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସହସଂପାଦକ ରବିନ୍ଦ୍ର କୁମାର ନାଏକ ଅର୍ନ୍ତଜାତୀୟ ମୂଳନିବାସୀ ଦିବସ ପାଳନର ତାତ୍ପର୍ଯ୍ଯ ବର୍ଣ୍ଣନା କରିଥିଲେ। ସହସଂପାଦକ ବାସିଲ ଏକ୍କା ମଂଚ ପରିଚାଳନା କରିଥିଲେ। ଉପସଭାପତି ବିନୋଦ ବେହେରା, ଅକ୍ଷୟ କୁମାର ବଦ୍ରା, ସାଂଗଠନିକ ସଂପାଦକ ତୈଲୋକ୍ୟ କୁମାର ନାୟକ, , ସହକୋଷାଧ୍ୟକ୍ଷ ଆଲୋକ କୁମାର ମାଝୀ, ବସନ୍ତ କୁମାର ନାଏକ, ଉପେନ୍ଦ୍ର ବେହେରା, କୈଳାସ ଚନ୍ଦ୍ର ଭୋଇ, ଧନେଶ୍ଵର ବେହେରା, ନୀଳମାଧବ ବେହେରା, ଯଦୁନାଥ ପ୍ରଧାନ, ସୁରେନ୍ଦ୍ର ନାଥ ଅମାଙ୍ଗ, ଦେବେନ୍ଦ୍ର ଓରାମ, ଗୋପାଳ ମାରାଣ୍ଡି,ବିର୍ସା ସିନ୍ଧୁ ଓ ସଂଘର ସମସ୍ତ ସଭ୍ୟା ସଭ୍ୟଙ୍କ ସହଯୋଗରେ ସଫଳ ହୋଇଥିଲା। ଶେଷରେ ସାଧାରଣ ସମ୍ପାଦକ କୃଷ୍ଣସିଂ ଜଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।
