” ଅପରେସନ କ୍ଲିନ୍ ” ପାଇଁ ନକ୍ସା ପ୍ରସ୍ତୁତ,
       

ଅନୁଗୋଳ ୧୧୲୮ –  ଅନୁଗୋଳ ଜିଲାପାଳଙ୍କ ଅଫିସରେ ସୋମବାର  ଡିଷ୍ଟିକ  ଅରବାନ ଡେଭେଲପମେଣ୍ଟ ଏଜେନ୍ସିର ଏକ ସମ୍ମିଳିତ ବୈଠକ ଆୟୋଜିତ ହୋଇଯାଇଛି। ଜିଲାପାଳ ଅଧ୍ୟକ୍ଷତା କରିଥିଲେ ।  ଆୟୋଜିତ ଏହି ବୈଠକରେ ଅନୁଗୋଳ ଜିଲାର ବିଭିନ୍ନ ଅର୍ବାନ ଲୋକାଲ ବଡି, ଜଳସେଚନ, ଆର ଆଣ୍ଡ ବି ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକରେ ଅନୁଗୁଳ ସହରର ଉନ୍ନତି ପାଇଁ  ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା। ସହରକୁ ସ୍ବଛ ଓ ସୁନ୍ଦର ଗଢି ତୋଳିବବାକୁ ” ଅପରେସନ କ୍ଲିନ୍ ” ପାଇଁ ନକ୍ସା ପ୍ରସ୍ତୁତ କରିଛି ବୋଲି  ଜିଲା ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଥିବାର ଜଣା ପଡିଛି ।

ନିଷ୍ପତ୍ତି ଅନୁସାରେ କୁମଣ୍ଡ ହାଇସ୍କୁଲ ଠାରୁ କେନାଲ ରାସ୍ତା ଦେଇ ଡେର୍ଜାଙ୍ଗ ସାହି, ଶାକସିଂହା, ସୁଲେଇମାଳ, କୁରୁଡୋଲ, କାଣ୍ଡଶର ଦେଇ ନାଲକୋ ଯାଏ ରାସ୍ତାରୁ ଜବରଦଖଲ ଉଚ୍ଛେଦ  ସହ ପ୍ରଶସ୍ତିକରଣ।  ସେହିଭଳି କୁମଣ୍ଡରୁ କେନାଲ ରାସ୍ତା ଦେଇ ଜରାଶିଂହା, ମଝିକା, ବେଣାଗାଡିଆ, ଡେରଜାଙ୍ଗ ପ୍ରକଳ୍ପ, ହରିବେରଣୀ, ରନ୍ତଲେଇ,ପଞ୍ଚମହଲା ପର୍ଯ୍ୟନ୍ତ ରାସ୍ତା ବାହାର କରାଯିବ। ଅନୁଗୋଳ ଟାଉନ ଉଚ୍ଚ ବିଦ୍ୟାଳୟ ଠାରୁ ଅନୁଗୁଳ ରେଳ ଷ୍ଟେସନ ଯାଏଁ ପ୍ରାୟ ଅଢେଇ କିଲୋ ମିଟର କେନାଲ ରାସ୍ତାର ପୁନରୁଦ୍ଧାର କରାଯିବ। ସେହିଭଳି ଭଣ୍ଡୁବର ଛକ ଠାରୁ କେନାଲ ରାସ୍ତାରେ ଅମଲାପଡ଼ା ଦେଇ ନୂଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ବାହାର କରାଯିବ। ଭଣ୍ଡୁବର କେନାଲ ବ୍ରିଜ ଠାରୁ ଅନୁଗୁଳ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଯାଏଁ କେନାଲ ଦୁଇ ପାଖରେ ରାସ୍ତା ବାହାର କରାଯିବ। ଅନୁଗୁଳର କେନାଲ ରାସ୍ତା ଗୁଡିକୁ
କିଛି ଲୋକ ଜବରଦଖଲ କରି ଘର କରି ରହିଥିବା ବେଳେ ଆଉ କିଛି ଲୋକ ଭଡ଼ାରେ ଦେଇଛନ୍ତି । ମ୍ୟୁନିସପାଲିଟି, ଜଳସେଚନ ଏବଂ ଆର ଆଣ୍ଡ ବି ବିଭାଗର ମିଳିତ ଉଦ୍ୟମରେ ଜବରଦଖଲ ହୋଇଥିବା ରାସ୍ତାରୁ ଉଚ୍ଛେଦ ଆରମ୍ଭ କରାଯିବ।
                  ଡିଏମଏଫ୍ ପାଣ୍ଠି ସହଯୋଗରେ ଏହି ସବୁ ରାସ୍ତା ନିର୍ମାଣ କରାଯିବ।ଏଥିପାଇଁ କେତେ ଯାଗା ଜବର ଦଖଲ ହୋଇଛି ଏବଂ କେତେ ଲୋକ ଜବରଦଖଲ କରିଛନ୍ତି ତାହାର ଡ୍ରୋନ ସର୍ଭେ କରାଯିବା ସହ ଗୁପ୍ତ ତାଲିକା ପ୍ରସ୍ତୁତି ଚାଲିଛି। ଅନୁଗୋଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଠିକଣା ସମୟରେ ଠିକଣା ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ।

Advertisement

Leave a Reply

Your email address will not be published. Required fields are marked *