ଓପି ଜିନ୍ଦଲ କପ୍ ଫୁଟବଲ୍:ପ୍ରଥମ ସେମିଫାଇନାଲରେ କଟକ ବିଜୟୀ

ଅନୁଗୋଳ ୧୧୲୮- : ଅନୁଗୁଳ କଦମପଡ଼ିଆରେ ଆୟୋଜିତ ଓପି ଜିନ୍ଦଲ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଆଜି ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା। ଉଭୟାଦ୍ଧ ଗୋଲ ଶୂନ୍ୟ ରହିବା ପରେ ପେନାଲଟି ସୁଟ୍ ଆଉଟ୍ ର ଆଶ୍ରୟ ନିଆଯାଇଥିଲା।ଏଥ୍‌ରେ କଟକ ସ୍ପୋର୍ଟସ ହଷ୍ଟେଲ ୫-୪ ଗୋଲରେ ଢେଙ୍କାନାଳକୁ ହରାଇ ଥିଲା। କଟକର ସୁନିଲ ହେମ୍ବ୍ରମ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ। ଖେଳ ପରିଚାଳନା କରିଥିଲେ ଜ୍ୟୋତି ରଞ୍ଜନ ସ୍ବାଇଁ।ନାବାର୍ଡ ଅଧୂକାରୀ ଆଶୁତୋଷ ରାୟ, ଜିନ୍ଦଲର ଉପ ସଭାପତି ଆଲୋକ ସାହୁ ଏବଂ ଜିଲ୍ଲା କ୍ରୀଡା ଅଧୂକାରୀ ଅକ୍ଷୟ କୁମାର ସୀଠ ଅତିଥି ରୂପେ ଯୋଗ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *