ଖବର ଆଜିର, ୧ ସେପ୍ଟେମ୍ବର ସୋମବାର, ସଂକ୍ଷିପ୍ତ  ଖବର ।

(୧)- ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ: ବଡମ୍ବା ଓ ନରସିଂହପୁର ପାଇଲା ଏନଏସି ମାନ୍ୟତା।  ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ।

(୨)- ଆଉ ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ବର୍ଷା। ପାଞ୍ଚଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲେ ପାଣିପାଗ ବିଭାଗ

(୩)-ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କୁ ସରକାରଙ୍କ ଭେଟି। ୭ ନୂଆ ମ୍ୟୁନିସପାଲିଟି, ୧୬ ନୂଆ ଏନଏସି ଘୋଷଣା ହେଲା।

(୪)-ରାଜ୍ୟ ସରକାର ‘ସହର ସାଥୀ’ ସୁବିଧା ଲୋକାର୍ପଣ କଲେ । ଏହା ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ କରିବ ବୋଲି କହିଲେ

(୫)- ବର୍ତ୍ତମାନ ହ୍ବାଟ୍ସଆପରେ ବୁକ୍ କରିପାରିବେ ଆମ ବସ୍ ଟିକେଟ୍।

(୬)-ଆଜିଠାରୁ ଅପରେସନ ପ୍ରହାର ଆରମ୍ଭ।  ନିଶା କାରବାର କରୁଥିବା ବେପାରୀଙ୍କୁ ଧରିବେ ପୁଲିସ

(୭)-ରାଜଧାନୀ ଶୈଳଶ୍ରୀ ବିହାର ଯାତ୍ରା ପଡିଆର ଉଚ୍ଚତମ ଗଣେଶ ବିଗ୍ରହ ଦେଖିବାକୁ ପ୍ରବଳ ଭିଡ। ମେଳଣ ପାଲଟିଛି ପଡିଆ

(୮)-ନକଲି ସାର ବିକ୍ରେତାଙ୍କ ଉପରେ ଚଢ଼ାଉ।୬୨ ସାର ଡିଲରଙ୍କ ଲାଇସେନ୍ସ ବାତିଲ।

(୯) ଅନ୍‌ମୋଲ୍‌ ମାଇନ୍‌ସ ଓ ରିସୋର୍ସେସ୍‌ ସଂସ୍ଥାର ବ୍ୟାଙ୍କ ଦେଣନେନ ମାମଲାରେ ଶକ୍ତିରଞ୍ଜନ ଦାଶଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ଇଡି) ଚଢ଼ାଉ।

(୧୦)- କଂଗ୍ରେସର ସଙ୍ଗଠନ ସୃଜନ ଅଭିଯାନ ପ୍ରକ୍ରିୟା ଆରମ୍ଭ। ଓଡ଼ିଶାରେ ପହଞ୍ଚିଲେ ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

(୧୧)- କେନ୍ଦ୍ରାପଡା ରାଜନଗରରେ ପଶ୍ଚିମବଙ୍ଗର ଯୁବକଙ୍କଠାରୁ ବନ୍ଧୁକ ଜବତ। ଓଡିଶା ଉପକୂଳ ହୋଇପଡ଼ିଛି ବିପଦଜନକ।

(୧୩) – ଭୁବନେଶ୍ୱର ଖଣ୍ଡଗିରିରେ ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ। ତିନି ମହିଳାଙ୍କ ସମେତ ୫ ଆହତ।

(୧୪)- କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଯୁବକ ଶିବାନନ୍ଦ ଦାଦନ ଖଟିବାକୁ କେରଳ ଏର୍ଣ୍ଣାକୁଲମ ଯାଇ ସେଠାରେ ମୃତ

(୧୫)- ବାଲେଶ୍ଵର ବସ୍ତାର ୭ ଜଣ ଓଡ଼ିଆ ଦାଦନ ଶ୍ରମିକ ହାଇଦ୍ରାବାଦ କୁକଟପାଲିରେ ଗ୍ୟାସ ଟାଙ୍କି ନିଆଁରେ ଜଳିଗଲେ।

(୧୬)- ଗଞ୍ଜାମ ଭଞ୍ଜନଗରରେ ବାଘ ଛାଲ ଚାଲାଣ ପାଇଁ ଯୋଜନା ଚାଲିଥିଲା ବେଳେ ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କଲା ବନବିଭାଗ।

(୧୭)- ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ। କଟକ ସିଡିଏରେ ଘରୋଇ ହସ୍ପିଟାଲରେ ଗୁରୁତର ହୋଇ ଭର୍ତ୍ତି।

(୧୮)- ରାଜଧାନୀରେ ରେଳ ଲାଇନ୍ ରୁ ମିଳିଲା ଫୁଡ୍ ଡେଲିଭରୀ ବୟର ମୃତଦେହ। ସନ୍ଦେହ ଜନକ ମୃତ୍ୟୁ

(୧୮)- ସୁନ୍ଦରଗଡ ରାଜଗାଙ୍ଗପୁର ରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ। ଜଣେ ମୃତ ଜଣେ ଗୁରୁତର

(୧୯)- ମାଲକାନଗିରି ରେ ୧୦୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

(୨୦)- ସୁନ୍ଦରଗଡ ବଣେଇ ପତ୍ରାପାଲି ପାଖରେ ବାଘ ପାଦ ଚିହ୍ନକୁ ନେଇ ଆତଙ୍କରେ ଗ୍ରାମବାସୀ

(୨୧)- ତାଳଚେରରେ ମଦ୍ୟପ ଚାଳକ ସିରିଜ୍ ଦୁର୍ଘଟଣାରେ ୨୦ ଜଣଙ୍କୁ କାର ପିଟିଲେ। ୧୦ ଜଣରୁ ଉର୍ଦ୍ଧ୍ଵ ଲୋକ ଗୁରୁତର

(୨୨)- ନୂଆପଡା ଝାଞ୍ଜିମୁଣ୍ଡାରେ ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଝିଅ

(୨୩)- ପୁରୁଷ ଏସିଆ କପ ହକିରେ ଜାପାନକୁ ୩-୨ ଗୋଲ୍‌ରେ ପରାସ୍ତ କଲା ଭାରତ।

(୨୪) ବିହାର ଭୋଟର ଲିଷ୍ଟକୁ ନେଇ କଂଗ୍ରେସର ଅଭିଯୋଗ। ୮୯ ଲକ୍ଷ ଆପତ୍ତି ଅଭିଯୋଗକୁ ଖାରଜ କରିଛନ୍ତି ନିର୍ବାଚନ କମିଶନ

(୨୫)- ଆତଙ୍କବାଦ ବିରୋଧୀ ଲଢେଇରେ ଚୀନର ସହଯୋଗ ପାଇଁ ଜିନପିଙ୍ଗଙ୍କୁ ଅନୁରୋଧ କଲେ ମୋଦୀ।
=======================
ଆଜି ଜାତୀୟ ପୁଷ୍ଟି ଦିନସ

Advertisement

ଆଜି ଜନ୍ମଦିନ: ସ୍ୱାମୀ ପ୍ରଭୁପାଦ (ଇସକନ ପ୍ରତିଷ୍ଠାତା), ପି.ଏ. ସାଙ୍ଗମା (ପୂର୍ବତନ ଲୋକସଭା ବାଚସ୍ପତି), ରବୀନ୍ଦ୍ରନାଥ ମହାପାତ୍ର (ଅନ୍ତର୍ଜାତୀୟ ପ୍ରଫେସର, ମୟୁରଭଞ୍ଜ)

ଇତିହାସରେ ଆଜି: (୧୯୪୨) ଭାରତୀୟ ଜାତୀୟ ସେନା ତିଆରି କଲେ ରାସବିହାରୀ ବୋଷ/ (୧୯୪୭) ଇଣ୍ଡିଆନ ଷ୍ଟାଣ୍ଡର୍ଡ ଟାଇମ ପ୍ରଚଳିତ ହେଲା/ (୧୯୫୬) ଜୀବନ ବୀମା ନିଗମ ପ୍ରତିଷ୍ଠା ଦିବସ/ ଇଣ୍ଡିଆନ ଅଏଲ କର୍ପୋରେସନ ଗଠିତ/ (୧୯୨୩) ଜାପାନ ଭୂମିକମ୍ପରେ ୧,୪୦,୦୦୦ ମୃତ/ (୧୯୩୯) ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ।

Advertisement

ଆଜି ଜାତୀୟ ପୁଷ୍ଟି ଦିନସ*

ଆଜି ଜନ୍ମଦିନ: ସ୍ୱାମୀ ପ୍ରଭୁପାଦ (ଇସକନ ପ୍ରତିଷ୍ଠାତା), ପି.ଏ. ସାଙ୍ଗମା (ପୂର୍ବତନ ଲୋକସଭା ବାଚସ୍ପତି), ରବୀନ୍ଦ୍ରନାଥ ମହାପାତ୍ର (ଅନ୍ତର୍ଜାତୀୟ ପ୍ରଫେସର, ମୟୁରଭଞ୍ଜ)

ଇତିହାସରେ ଆଜି: (୧୯୪୨) ଭାରତୀୟ ଜାତୀୟ ସେନା ତିଆରି କଲେ ରାସବିହାରୀ ବୋଷ/ (୧୯୪୭) ଇଣ୍ଡିଆନ ଷ୍ଟାଣ୍ଡର୍ଡ ଟାଇମ ପ୍ରଚଳିତ ହେଲା/ (୧୯୫୬) ଜୀବନ ବୀମା ନିଗମ ପ୍ରତିଷ୍ଠା ଦିବସ/ ଇଣ୍ଡିଆନ ଅଏଲ କର୍ପୋରେସନ ଗଠିତ/ (୧୯୨୩) ଜାପାନ ଭୂମିକମ୍ପରେ ୧,୪୦,୦୦୦ ମୃତ/ (୧୯୩୯) ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ।.

Advertisement

Leave a Reply

Your email address will not be published. Required fields are marked *