ଖୁଦୁରୁକୁଣୀ ପୂଜାର ଭସାଣୀ ଯାତ୍ରା

ଅନୁଗୋଳ  ୨୲୯- ଅନୁଗୋଳ ସହର ଉପକଣ୍ଠ ରାଣୀଗୋଡା ଗାଁ’ ରେ ଝିଅ ମାନଙ୍କର ‘ଖୁଦୁରୁକୁଣୀ ଓଷା’ ପୂଜା ବଡ ଧୁମ୍ ଧାମରେ ପାଳିତ ହୋଇ ମା’ ମଙ୍ଗଳାଙ୍କ ମୂର୍ତ୍ତିକୁମଙ୍ଗଳବାର ଦିନ  ବିସର୍ଜନ କରାଯାଇଛି ।

ଗତ ଅଗଷ୍ଟ  ମାସ ୧୦ ତାରିଖ  ଭାଦ୍ର ଶୁକ୍ଳ ଅଷ୍ଟମୀ ରବିବାର ଠାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ  ପର୍ଯ୍ୟନ୍ତ ‘ମା’ ମଙ୍ଗଳାଙ୍କର’ ମୃଣ୍ମୟୀ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ସ୍ଥାପନ କରି ଭାଦ୍ରବ ମାସର ପ୍ରତି ରବିବାର ମାନଙ୍କରେ ବିଧି ଅନୁଯାଇ ପୂଜାର୍ଚ୍ଚନା କରିଥିଲେ । ପ୍ରତ୍ୟେହ ଦିବା ୧ ଘଣ୍ଟା ସମୟରେ ବାଲୁଙ୍କା ପୂଜା ଏବଂ ରାତ୍ରୀ ୭ ଘଟିକା ସମୟରେ ମା’ ମଙ୍ଗଳାଙ୍କୁ ମଣ୍ଡପରେ ପୂଜା କରା ଯାଇଥିଲା । ଗତ ୩୧ ତାରିଖ  ଶେଷ ମଙ୍ଗଳବାର ଦିନ ମା’ ଙ୍କ ପୂଜାପରେ ପୂଜାଭୋଗ ସହିତ ଅନ୍ନ ପ୍ରସାଦରେ ସମସ୍ତ ଗ୍ରାମବାସୀଙ୍କୁ ଆପ୍ୟାୟିତ କରିଥିଲେ ଏବଂ ଗତ କାଲି ସୋମବାର  ‘ମା’ ମଙ୍ଗଳାଙ୍କ’ ମୃଣ୍ମୟୀ ମୂର୍ତ୍ତିକୁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ବାହାର କରି ଘଣ୍ଟ ଘଣ୍ଟା ଏବଂ ଡାକବାଜି ଯନ୍ତ୍ର ସହ ଭସାଣୀ ଯାତ୍ରାର ଗ୍ରାମ ପରିକ୍ରମା କରିଥିଲେ । ପରିଶେଷରେ ଗାଁ ମୁଣ୍ଡ ପୋଖରୀରେ ମା’ ଙ୍କ ମୃଣୟୀ ମୂର୍ତ୍ତିକୁ ବିସର୍ଜନ କରିଥିଲେ । ପୂଜା କମିଟିର ସଭପତି ମୀରା ବେହେରା, ସଦସ୍ଯା ରେଶମା ମହାପାତ୍ର ମୋନାଲିସା ବେହେରା, ରାଜଶ୍ରୀ ସାହୁ, ତୃପ୍ତିମୟୀ ମହାପାତ୍ର, ଭାଗ୍ୟଶ୍ରୀ ସାହୁ, ଆନିସ୍ମିତା ମହାପାତ୍ର, ଲିଜି ଦାସ, ଲଭଲି ସାହୁ, ସୁରଭୀ ବେହେରା, ରୁପାଲି ବେହେରା, କାଜଲ ବେହେରା, ପୂଜାଲିନ ମହାପାତ୍ର, ପ୍ରିୟଦର୍ଶିନୀ ଦାସ, ପୂଜାଲିନ ଦାସ ଓ କାଜଲ ସୁନ୍ଦରୀ ଦାସ ପ୍ରଭୃତି ସମସ୍ତେ ଗ୍ରାମବାସୀଙ୍କ ସହଯୋଗ ନେଇ ଶାନ୍ତିଶୃଙ୍ଖଳାର ସହ ପୂଜା ପରିଚାଳନା ସହ ମା’ ଙ୍କୁ ବିସର୍ଜନ କରି ମେଲାଣୀ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *