ଚୋରୀ ଜିନିଷ କିଣି  କବାଡିଆ ଦୋକାନୀ ସହିତ ୩ ଚୋର ଗିରଫ।




ଅନୁଗୋଳ ୨୲୮-  ଅନୁଗୋଳ ଟାଉନ  ଥାନ ଅଧିନସ୍ଥ ଶିକ୍ଷକପଡା ତଥା ଆଖପାଖ ଅଞ୍ଚଳର ଦିନକୁ ଦିନ  ଚୋରି ବଢି ଚାଲିଛି । ପୋଲିସର ନାଇଟ୍  ପେଟ୍ରଲିଙ୍ଗି  ଦେଉନି କାମ । ପୋଲିସ ଗାଡିର ସାଇରନ  ଏବଂ ପେଟ୍ରଲିଙ୍ଗ କୁ ଖାତିର  ନ କରି ପ୍ରାୟ ପ୍ରତିଦିନ ସହର ଭିତରେ ଚୋରୀ ହେବାରେ ଲାଗିଛି । କାହା ଘରୁ ଏସର କପର ତାର ତ ନୂତନ  ନିର୍ମାଣାଧିନ ଘରର ଲାଗୁଥିବା ସାମଗ୍ରୀ। କେତବେଳେ ବନ୍ଦଥିବା ହୋଟେଲ ର ରୋଷେଇ ସାମଗ୍ରି। ବାରମ୍ବାର ଥାନାରେ ଅଭିଯୋଗ  ହେବାପରେ ଟାଉନ ଥାନା ପୋଲିସକୁ ସାମ୍ଯକ ସଫଳତା ମିଳିଛି ।୩ ଚୋର ସମେତ  ଚୋରି ସାମଗ୍ରୀ କିଣୁଥିବା କାବାଡିଆ ଦୋକାନର ମାଲିକ କୁ ପୋଲିସ ଗିରଫ କରିବା ସହ କିଛି ଜିନିଷ ଜବତ କରିଛି।  ଅଭିଯୁକ୍ତ କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବାର ଟାଉନ ଥାନା ଅଧିକାରୀ ଧିରେଶ ଦାସ  ଜଣାଇଛନ୍ତି ।

ଗତ ଅଗଷ୍ଟ ମାସ ୧୧ ତାରିଖ ରାତିରେ ଶିକ୍ଷକପଡାରେ ଥିବା ମିଳେନିଅସ ଆଡ୍ଡା ନାମକ ଏକ ରେଷ୍ଟୁରାଣ୍ଟରୁ ଗ୍ୟାସ ଚୁଲ୍ଲ।, ୪ଟି ନୂଆ ସିଲଭର ହଣ୍ଡା,ସ୍ଟୀଲ ବାସନ କୁସନ, ଅଗଷ୍ଟ ୧୪ ତାରିଖରେ  ଶିମିଳିପଡା ପଞ୍ଚମୁଖୀ ମାର୍କେଟର ରାଧେ ଜେରକ୍ସ ଦୋକାନ,ବିଶ୍ଵକର୍ମା ଦୋକାନର ଏସି ପାଇପ  ଓ ଗତ ୨୯ ତାରିଖରେ ସୁନୀଲ ପ୍ରଧାନଙ୍କ ଅଫିସରେ ଲାଗିଥିବା ଏସି ପାଇପ  ଚୋରୀ ହୋଇଥିଲା। ଏଥି ସହିତ ଗତ ୩୧ ତାରିଖରେ  ଶିକ୍ଷକପଡାର ପ୍ରିୟବ୍ରତ ରାଉତଙ୍କ ଘର ସାମ୍ନାରୁ ଗତ  ୪ ଗୋଟି କମାର୍ସିୟାଲ ଗ୍ୟାସ ସିଲିଣ୍ଡର ଚୋରୀ ହୋଇଥିବାର ରିପୋର୍ଟ ହୋଇଥିଲା । ଏହି ସମ୍ବନ୍ଧରେ ଟାଉନ  ଥାନାରେ ମାମଲା ନମ୍ବର ୭୮୩, ୮୦୪,୮୩୨, ୮୪୩ ରୁଜୁ କରାଯାଇ ଥିଲା ।  ପୋଲିସ ତଦନ୍ତ ବେଳେ ବିଶେଷ ସୂତ୍ରରୁ ଖବର ପାଇ ଶିମିଳିପଡା ଅଞ୍ଚଳର ଶୁଭ୍ରଜ୍ୟୋତି ଜେନା (୩୫)ଙ୍କ କାବାଡିଆ  ଦୋକାନ କୁ ଚଢାଉ କରି ଚୋରି ଜିନିଷ ଉଧାର  କରିଛି। ଅନୁଗୋଳ ଥାନା ଅଧିନସ୍ଥ ଅମଲାପଡ଼ାର ସେଖ ଇସିଲ।ମ (୨୦), ସେଖ ମୂନା ଓରଫ କାଳିଆ (୨୫), ଶୁଭ୍ରଜ୍ୟୋତି ଜେନା (୩୫),ବାବୁ ବେହେରା(୪୯), ପୋଲିସ ଗିରଫ କରି କୋର୍ଟ ଚାଲାଣ  କରିଛି । ସେମାନଙ୍କ  ଠାରୁ  ୪ ଗୋଟି ବଡ ଗ୍ୟାସ ସିଲିଣ୍ଡର,୧୦ ପିସ ତମ୍ବା ପାଇପ ଯାହାକି ଏସିରୁ କଟା ହୋଇଛି, ଗୋଟିଏ ନାଲି ରଙ୍ଗର ହୀରୋ ପାସିଅନ ପ୍ଲସ୍ ମୋଟର ସାଇକେଲ,  ୪ ଗୋଟି ସିଲଭର ହଣ୍ଡା, ଗୋଟିଏ ଗ୍ରାଇନ୍ଡର,  ଦୁଇଟି ଗ୍ୟାସ ଚୁଲ୍ଲ, ସ୍ଟୀଲ ବାସନ କୁସନ ଜବତ ହୋଇଥିବାର ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *