
୯ ସେପ୍ଟେମ୍ବର, ମଙ୍ଗଳବାର
ଆରମ୍ଭ ହେଲା ପିତୃପକ୍ଷ, ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯିବ।
ପାଠପଢ଼ାରେ ପିଲାଙ୍କ ଅନିଚ୍ଛା। ୧୨ ତାରିଖରୁ ଆରମ୍ଭ ହେବ ‘ଆସ ସ୍କୁଲ ଯିବା’ ପଦଯାତ୍ରା।
ରାଜଧାନୀରେ ବିଲଡରଙ୍କ ପାଇଁ ନିୟମ। ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପୂର୍ବରୁ ଓସି ବାଧ୍ୟତାମୂଳକ।
ରାଜଧାନୀ ଉତ୍କଳ ବିଶ୍ୱବିଦ୍ୟାଳୟର ୩ ନମ୍ବର ହଷ୍ଟେଲକୁ ଅଣଛାତ୍ରଙ୍କ ପାଇଁ ସମ୍ପୂର୍ଣ୍ଣ ସିଲ୍ କଲେ କର୍ତ୍ତୃପକ୍ଷ।
ଆଜି ଉପରାଷ୍ଟ୍ରପତି ନିର୍ବାଚନ। ଭୋଟିଂରେ ଭାଗ ନେବନାହିଁ ବିଜେଡି।
ରାଜ୍ୟରେ ଲାଗି ରହିଛି ସାର ବଣ୍ଟନ ସମସ୍ୟା। ସମବାୟ ବିଭାଗ ପକ୍ଷରୁ ପ୍ୟାକ୍ସ ଗୁଡିକୁ କଡା ନିର୍ଦ୍ଦେଶ ଜାରି
ନୂଆପଡାର ବିଜେଡି ବିଧାୟକ ଓ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ।
କଟକ ମେଡିକାଳର ନୂଆ କୋଠା ନିର୍ମାଣ ସମୟ ବାରମ୍ବାର ଘୁଞ୍ଚିଲା। ଠିକା ସଂସ୍ଥାକୁ ୨୪୬ କୋଟି ଟଙ୍କା ଜରିମାନା
ସହକାରୀ ଶିକ୍ଷକ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନୋଟିସ୍ କଲେ ସୂଚନା କମିଶନ
ବରଗଡ଼ ପାଇକମାଲରେ ସାର ସମସ୍ୟା ଯୋଗୁଁ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବସିଲେ ଚାଷୀ। ବୁଝାଇବା ବଦଳରେ ରାଗିଲେ ଜିଲ୍ଲାପାଳ, ତାତିଲେ ଚାଷୀ
ରାୟଗଡ଼ାର ରୋଗୀ ଆନ୍ଧ୍ର ହସ୍ପିଟାଲରେ ମୃତ। କାମ କଲାନି ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ। ଦୟାଳୁ ବ୍ୟକ୍ତି ଟଙ୍କା ଦେଲାପରେ ଛାଡିଲେ ଶବ।
ଜଗତସିଂହପୁର କୁଜଙ୍ଗ ଚଟୁଆ ରେ ବ୍ରାଉନ ସୁଗାର ଜବତ ସହ ଦୁଇଜଣ ଗିରଫ।
ସମ୍ବଲପୁରରେ ଡାକ୍ତରୀ ଛାତ୍ରଙ୍କୁ ଛୁରି ଦେଖାଇ ମୋବାଇଲ ଲୁଟ, ୨ ଗିରଫ।
ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ପଛକୁ ପଛ ପହଞ୍ଚିଲା ଦୁଇ ଦାଦନ ଶ୍ରମିକଙ୍କ ଶବ। ୬ମାସରେ ୫ ମୃତ।
କେନ୍ଦ୍ରାପଡା ରାଜନଗର ରେ କଙ୍କଡା ଧରିବାକୁ ଯାଇ ୫ ଦିନ ଧରି ନିଖୋଜ ଥିବା ମାଆ ପୁଅ ଜଙ୍ଗଲରୁ ଉଦ୍ଧାର ହେଲେ
କଟକ ବାଙ୍କୀ ସୁବର୍ଣ୍ଣପୁର ଗାଁରେ ଗଣେଶ ଭସାଣ ବେଳେ ବିକଟାଳ ଡିଜେ ସାଉଣ୍ଡରେ ଜଣଙ୍କ ମୃତ୍ୟୁ।
ରାଜଧାନୀ ଗାଡ଼କଣ ଅଳିଆ ଗଦା କ୍ଷମତାର ଛଅ ମାସରେ ଉଠିବ ବୋଲି କହିଥିଲା ବିଜେପି। ଏବେ ସ୍ଥିତି ଯାଞ୍ଚ୍ କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ପାସପୋର୍ଟ ଦଲାଲଙ୍କୁ ସାବଧାନ। ଓଡ଼ିଶାରେ ଜାଲ ବିଛାଇଛନ୍ତି ଜାଲ୍ ପାସ୍ପୋର୍ଟ ଏଜେନ୍ସି।
ବିହାରରେ ଜେଡିୟୁ ନେତାଙ୍କୁ କୁକୁର ସହ ତୁଳନା କଲେ ପ୍ରଶାନ୍ତ କିଶୋର
ଆଜିଠାରୁ ଆବୁଧାବି ରେ ଏସିଆ କପ୍। ଆଫଗାନିସ୍ତାନ ଓ ହଂକଂ ଖେଳିବେ ଉଦଘାଟନ ମ୍ୟାଚ୍।
ନେପାଳରେ ସୋସିଆଲ ମିଡିଆ ବାରଣ ଯୋଗୁଁ ହିଂସାରେ ୨୦ ମୃତ, ସଂସଦରେ ପଶିଗଲେ ବିକ୍ଷୋଭକାରୀ।
ଆମେରିକାର କାଲିଫର୍ଣ୍ଣିଆରେ ହରିୟାଣାର ଯୁବକଙ୍କୁ ଗୁଳିକରି ହତ୍ୟା।
ଇସ୍ରାଏଲରେ ଆତଙ୍କୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ମୃତ, ୧୫ ଗୁରୁତର।
ଲୋହିତ ସାଗରରେ କେବୁଲ୍ କଟିଯିବାରୁ ଭାରତ, ପାକିସ୍ତାନ ଓ ଏସିଆର ଅନେକ ଦେଶରେ ଇଣ୍ଟରନେଟ୍ ସେବା ଆଂଶିକ ବାଧାପ୍ରାପ୍ତ
=======================
ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ
ବିଶ୍ୱ ସୁନ୍ଦରତା ଦିବସ
ତାଜିକିସ୍ଥାନ ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ଅକ୍ଷୟ କୁମାର, ଲୀଲା ଚିଟନିସ, ବିକ୍ରମ ବାତ୍ରା, ଗୋପାଳଚନ୍ଦ୍ର ପ୍ରହରାଜ (ଲେଖକ), ଜିତେନ୍ଦ୍ର ମିଶ୍ର (ଚଳଚ୍ଚିତ୍ର ନିର୍ମାତା, ଟିଟିଲାଗଡ଼), ଗୋବିନ୍ଦ ପୋଦ୍ଦାର (କ୍ରିକେଟ, ରାଉରକେଲା), ଜ୍ୟୋତି ସୁନିତା କୁଲୁ (ହକି, ସୁନ୍ଦରଗଡ)
ଆଜି ତିରୋଧାନ: ଭି. କୁରିଏନ (ଅମୂଲ)
ଇତିହାସରେ ଆଜି: (୧୯୧୫) କପ୍ତିପଦାରେ ବ୍ରିଟିଶଙ୍କ ସହ ବାଘା ଯତୀନ ମୁହାଁମୁହିଁ/ (୧୭୯୧) ଆମେରିକାର ରାଜଧାନୀ ଜର୍ଜ ୱାଶିଂଟନଙ୍କ ନାମରେ ନାମିତ/ (୧୯୨୦) ଆଙ୍ଗଲୋ ଓରିଏଣ୍ଟାଲ କଲେଜ ହେଲା ଆଲିଗଡ଼ ମୁସଲିମ ୟୁନିଭର୍ସିଟି/ (୧୯୪୮) କିମ ସୁଙ୍ଗ ପ୍ରତିଷ୍ଠା କଲେ ଉତ୍ତର କୋରିଆ/ (୧୯୯୧) ତାଜିକିସ୍ଥାନ ସ୍ବାଧୀନତା ଘୋଷଣା କଲା/ (୧୯୯୧) ମାଇକ ଟାଇସନ ଅପକର୍ମ କରି ଗିରଫ ହେଲେ ।