
ତାରିଖ:୧୩/୦୯/୨୫, ଶନିବାର
୧-ବାଲିଯାତ୍ରାର ନୂତନ ନାଁ ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’।ଚଳିତ ବର୍ଷ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବ।
୨-କଟକ:ସୁରକ୍ଷା ବ୍ୟବସ୍ଥା ପାଇଁ ସବୁ ଜିଲ୍ଲାପାଳ,SPଙ୍କୁ ଚିଠି,୨୪ରୁ କେନ୍ଦ୍ରକୁ ଯିବ ସ୍ବତନ୍ତ୍ର OTET ପ୍ରଶ୍ନପତ୍ର।
୩-ଭୁବନେଶ୍ୱର:୧୫ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ।
୪-ଭୁବନେଶ୍ୱର:୧୭ରେ ଚାରା ରୋପଣ ଅଭିଯାନ, ସକାଳ ୭ଟାରେ ବିଦ୍ୟାଳୟ ଆସିବେ ପିଲା।
୫-ସ୍ବଦେଶ ଫେରିଲେ କାଠମାଣ୍ଡୁରେ ଫସିଥିବା ୨୩ ଓଡ଼ିଆ, ଅପରେସନକୁ ସଫଳ କରିଥିବା ଏଜେନ୍ସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ।
୬-ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ, ଦଳ ଠିକ୍ ଭାବେ ନ ଚାଲିଲେ ଦୂରେଇ ଯିବେ ବୋଲି କହିଥିଲେ।
୭-ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ। ଚିତ୍ତରଞ୍ଜନ ରାଉତ,୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ।
୮-ଭିଜିଲାନ୍ସ ଜାଲରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା, ଥିଲେ ୨୦୧୯ ଓଏଏସ୍ ଟପ୍ପର।
୯-ଭୁବନେଶ୍ୱର:ନିବେଶ ଆଳରେ କୋଟିଏ ଟଙ୍କା ଠକେଇ,ୟୁପିରୁ ବନ୍ଧା ହେଲା ସାଇବର ଠକ।
୧୦-ସାର ସମସ୍ଯା ନେଇ ୧୫ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ।
୧୧-ଅର୍ଚ୍ଚନାଙ୍କ ଘର ସିଲ୍ କଲା ଇଡି, ୨୦୨୨ର ଅର୍ଥ କାରବାର ମାମଲାରେ ହେଲା ଆଟାଚ୍।
୧୨-କନ୍ଧମାଳ, ସଲଗୁଡ଼ା ସେବାଶ୍ରମ:୮ ଛାତ୍ରଙ୍କ ଆଖିରେ ଅଠା ପକାଇଦେଲେ ସହପାଠୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି
୧୩-ଫୁଲବାଣୀ:ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ,୧୬,୦୦୦ଟଙ୍କା ଜୋରିମାନା।
୧୪-ଭୁବନେଶ୍ୱର:PM kisan kyc ଅପଡେଟ ଅବଧି ଆଉ ୬ ମାସ ବଢ଼ିଲା।
୧୫-ଭୁବନେଶ୍ୱର: ପୂଜା ମଣ୍ଡପର ସୁରକ୍ଷା ସୁନିଶ୍ଚିତ କରିବେ ଆଗ୍ନିକ,ଯାଞ୍ଚ ହେବ ବାଣୁଆଙ୍କ ପରିଚୟପତ୍ର ଓ ବାଣ।
୧୬-ଦୁର୍ଗାପୂଜା ପୂର୍ବରୁ ସାବାଡ ହେବେ ଅପରାଧୀ, ପୁଲିସ୍ ତାଲିକାରେ ପେଶାଦାର ଦୁବୃର୍ତ୍ତଙ୍କ ଠିକଣା।
୧୭-ଗୁଜରାଟ କାଣ୍ଡଲା ବିମାନ ବନ୍ଦର:
ଟେକଅପ୍ ବେଳେ ଖସିପଡିଲା ସ୍ପାଇସଜେଟ ବିମାନର ଚକ, ପାଇଲଟଙ୍କ ଯୋଗୁଁ ବଞ୍ଚିଗଲା ୭୫ ଯାତ୍ରୀଙ୍କ ଜୀବନ।
୧୮-୨୭ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ବ୍ରହ୍ମପୁରରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ।
୧୯-୧୭ ଦିନ ପରେ ଖୋଲିବ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର; ପୁଣି ୧୪ତାରିଖରୁ ଆରମ୍ଭ ହେବ ଯାତ୍ରା।
୨୦-ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସୁଶୀଳା କାର୍କୀ।ସୁଶୀଳା କାର୍କୀ ନେପାଳର ସୁପ୍ରମକୋର୍ଟର ପ୍ରଧାନ ବିଚାରପତି ଥିଲେ।

