ବିଭିନ୍ନ ଦାବୀ ନେଇ  ଏସ୍.ୟୁ.ସି.ଆଇ ର ଧାରଣା।


ଅନୁଗୋଳ,୧୩/୧୨  – ଅନୁଗୋଳ ସହର ସ୍ଥିତ  ଗୋପବନ୍ଧୁ ପାର୍କ  ଠାରୁ ଏସ୍.ୟୁ.ସି.ଆଇର ଆଞ୍ଚଳିକ କମିଟି ପକ୍ଷରେ ଶତାଧିକ ପୌରବାସୀ ଏକ ଶୋଭାଯାତ୍ରାରେ ଆସି ପୌରପାଳିକା ଅଫିସ ସମ୍ମୁଖରେ ଏକ ଗଣ ଧାରଣା ଅନୁଷ୍ଠିତ କରାଯାଇଛି । ଆଞ୍ଚଳିକ କମିଟି ସମ୍ପାଦକ ତଥା ରାଜ୍ୟ କମିଟି ସଭ୍ୟ ବ୍ରଜବନ୍ଧୁ ସାହୁ ଆନ୍ଦୋଳନ କାରୀଙ୍କୁ  ସମ୍ବର୍ଦ୍ଧିତ କରି ପୌରପାଳିକା ଅଞ୍ଚଳର ସମସ୍ଯା ଜଣାଇ ଥିଲେ ।
     ବସ୍ତିବାସୀଙ୍କୁ ଉପଯୁକ୍ତ ଥଇଥାନ କରିବା, ସମସ୍ତ ବସ୍ତିବାସିନ୍ଦାଙ୍କୁ ପଟା ପ୍ରଦାନ କରିବା, ୧୭ନମ୍ବର ୱାର୍ଡର ଅସର୍ମ୍ପୂ ଡ୍ରେନ୍ ଓ ଅଙ୍ଗନୱାଡି ଘର ନିର୍ମାଣ କାର୍ଯ୍ୟ ତୁରନ୍ତ ସର୍ମ୍ପୂ କରିବା, ୧୭, ୮, ୧୪, ୧୨, ୧୫, ୪ ନମ୍ବର ୱାର୍ଡର ଥିବା ବସ୍ତିବାସୀଙ୍କୁ ଅବିଳମ୍ବେ ପଟା ପ୍ରଦାନ କରିବା, ୧୩ନଂ. ଓ ୧୫ନଂ. ୱାର୍ଡର ଅଧିବାସୀଙ୍କୁ ଉପଯୁକ୍ତ ଥଇଥାନ କରିବା, ୧୪ନଂ. ୱାର୍ଡ ସମେତ ସମସ୍ତ ବସ୍ତିବାସୀଙ୍କୁ ପାଇଖାନା ଯୋଗାଇଦେବା, ସମସ୍ତ ବସ୍ତିଗୁଡିକୁ ରାସ୍ତା, ଡ୍ରେନ୍ ଓ ଆଲୋକୀକରଣ କରିବା, ସହରକୁ ଅଳିଆ ଆବର୍ଜନା ମୁକ୍ତ କରିବା, ଜିଲା ମୁଖ୍ୟ ଚିକିାଳୟ ସମ୍ମୁଖରୁ ମାଛ ମାର୍କେଟକୁ ଅନ୍ୟତ୍ର ସୁବ୍ୟବସ୍ଥା କରି ସ୍ଥାନାନ୍ତର କରିବା, ସ୍ମାର୍ଟ ମିଟର ବସାଇବା ସର୍ମ୍ପୂ ବନ୍ଦ କରିବା, ସହରରେ ଚୋରି, ଡକାୟତି ଆଦି ଅପରାଧ ଗୁଡିକ ବନ୍ଦ କରିବା, ସହର ମଧ୍ୟରେ ମଦ, ମାଦକ ଦ୍ରବ୍ୟକୁ ସର୍ମ୍ପୂ ନିଷିଦ୍ଧ କରିବା ଆଦି ଦାବିରେ ଉପସ୍ଥାପନ କରିଥିଲେ । ସଭ୍ୟ ନାରାୟଣ ନାୟକ । ତାଙ୍କ ବକ୍ତବ୍ୟରେ ସମସ୍ୟାର ସମାଧାନ ପାଇଁ ଦୀର୍ଘସ୍ଥାୟୀ ସଚେତନ, ସଂଗଠିତ ଓ ଐକ୍ୟବଦ୍ଧ ଗଣ ଆନ୍ଦୋଳନ ଗଢ଼ି ତୋଳିଲେ ହିଁ ଦାବି ପୂରଣ ହୋଇପାରିବ ବୋଲି ବିକ୍ଷୋଭକାରୀ ମାନଙ୍କୁ ଅହ୍ୱାନ କରିଥିଲେ ।

ଆଞ୍ଚଳିକ କମିଟି ସଭ୍ୟ ଜ୍ୟୋତ୍ସ୍ନା ସାମଲ, ନିରଞ୍ଜନ ନାୟକଙ୍କ ନେତୃତ୍ୱରେ ଲଳିତା ନାଏକ, ସିଲି ପ୍ରଧାନ, ଲକ୍ଷ୍ମୀ ଭୋଇ, ଟିକିନା ଭୋଇ, ପ୍ରତିମା ପରିଡା, ସୁଭାସିନୀ ବେହେରା, ମେଘିନି ସାହୁ, ପ୍ରଫୁଲ୍ଲ ମହାପାତ୍ର, ଉରି ସାହୁ ପ୍ରମୁଖ ଏକ ପ୍ରତିନିଧି ମାନେ  ପୌରନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ୧୭ନଂ. ୱାର୍ଡର ଅସର୍ମ୍ପୂ ଡ୍ରେନ୍ ଓ ଅଙ୍ଗନୱାଡି ଘର ନିର୍ମାଣ କାର୍ଯ୍ୟ ତୁରନ୍ତ ସର୍ମ୍ପୂଣ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ପରିଦର୍ଶନ କରିବା ପାଇଁ କହିଥିଲେ ଏବଂ ୧୪ନଂ. ୱାର୍ଡରେ ସମୂହ ପାଇଖାନା ନିର୍ମାଣ କରାଯିବା ସହିତ ଅନ୍ୟାନ୍ୟ ଦାବିକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । 

Advertisement

Leave a Reply

Your email address will not be published. Required fields are marked *