ଜାନୁୟାରୀ ୩୧ ରୁ ଫେବୃୟାରୀ ୩ ପର୍ଯ୍ୟନ୍ତ ମାଘ ମେଳା ଓ ମହିମା ମହୋତ୍ସବ ।



ଅନୁଗୋଳ,୨୦|୧- ଅନୁଗୋଳ ଉପଜିଲାପାଳ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ମହିମା ମାଘ ମେଳା ଓ ମହୋତ୍ସବ ପାଇଁ  ମଙ୍ଗଳବାର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଛି ।
ଜାନୁୟାରୀ ୩୧ ତାରିଖରୁ ଫେବୃୟାରୀ ୩ ତାରିଖ ପର୍ଯ୍ୟନ୍ତ ସହର ଉପକଣ୍ଠ ଅଙ୍ଗାରବନ୍ଧ ଠାରେ ଆୟୋଜନ ହେବ। 
        ଏହି ବୈଠକରେ ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ପରିମଳ ବ୍ୟବସ୍ଥା, ଅଗ୍ନି ନିରୋଧ ବ୍ୟବସ୍ଥା, ରାସ୍ତା ମରାମତି, ଆଇନ୍ ଶୃଙ୍ଗଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଜୟ ଜିତ୍ ଧଳ, ଡେପୁଟି କଲେକ୍ଟର ସ୍ବାହା ମହାନ୍ତି, ପୂର୍ବ ବିଭାଗ ନିର୍ବାହୀ ଯନ୍ତ୍ରୀ  ସୁବୋଧ କୁମାର ମହାପାତ୍ର, ଡେପୁଟି କଲେକ୍ଟର ପ୍ରିୟଙ୍କା ପାଳ, ଅତିରିକ୍ତ ଗୋଷ୍ଠୀ ଊନ୍ନୟନ ଅଧିକାରୀ  ଦୋଳ ଗୋବିନ୍ଦ ବିଶ୍ବାଳ, ଡି ପି ଏଚ୍ ଓ  ମନୋଜ କୁମାର ତ୍ରିପାଠୀ, ସଦର ଏସ୍.ଆଇ  ଉଦୟ ନାଥ ବେହେରା, ସହକାରୀ ଅଗ୍ନିଶମ ଅଧୀକାରୀ  ରମେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ  ଦୁଃଶାସନ ନାଏକ, ଅଙ୍ଗାରବନ୍ଧ ସରପଞ୍ଚ ସୁଜାତା ସାହୁ, କୌପୁନିଧାରୀ ମହିମା ସମାଜର ସଭାପତି ଲୋକନାଥ ସାହୁ, ଉପସଭାପତି ଅଲେଖ ବେହେରା, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ମହାନିତ୍ୟ ସମ୍ପାଦକ ଅଜୟ କୁମାର ଦେହୁରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *