ଆନ୍ତର୍ଜାତୀୟ ସମାବେଶୀ ଦିବସ ଉପଲକ୍ଷେ ଜିଲାସ୍ତରୀୟ ଭିନ୍ନକ୍ଷମ ପ୍ରତିଭା ସମ୍ମାନ ଉତ୍ସବ – ୨୦୨୬

ଅନୁଗୋଳ,୨୦|୧ – ଅନୁଗୋଳ ସହର ସ୍ଥିତ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର  ଜିଲାସ୍ତରୀୟ ଭିନ୍ନକ୍ଷମ ପ୍ରତିଭା ସମ୍ମାନ ଉତ୍ସବ – ୨୦୨୬” ପାଳନ  କରାଯାଇଛି । ଜିଲା ସମଗ୍ର ଶିକ୍ଷା କାର୍ଯ୍ୟ।ଳୟ ତରଫରୁ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଚ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ଵାରା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପମାଲ୍ୟ ଅର୍ପଣ କାରାଇଯାଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଅନୁଗୋଳର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଂଗୀତ ପରିବେଷଣ କରାଯାଇଥିଲା ।
          ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ  ନିରଞ୍ଜନ ସାହୁଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର  ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀଣୀ  ପ୍ରତିଭା ବାରିକ ସଭାପତିତ୍ବ କରି  ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ଅଂଶଗ୍ରହଣ କରିଥିବା ସମସ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ।    “ପ୍ରତିଟି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଆମ ସମାଜର ଅବିଚ୍ଛେଦ୍ୟ ଅଙ୍ଗ, ସେମାନଙ୍କର ବିକାଶହିଁ ସମାଜର ସମାବେଶୀ ବିକାଶ” । ପିଲାମାନେ ସବୁବେଳେ ମହାନ ହେବାର ସ୍ଵପ୍ନ ଦେଖ, ସେ ଦିଗରେ ନିଷ୍ଠା ରଖ ସ୍ଵପ୍ନ ତୁମର ଦିନେ ନା ଦିନେ ନିଶ୍ଚୟ ସଫଳ ହେବାର ପ୍ରକାଶ  କରିଥିଲେ । ମୁଖ୍ୟଅତିଥି ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ ଯୋଗଦେଇ “ଆଜି ଆନ୍ତର୍ଜାତୀୟ ସମବେଶୀ ଦିବସ – ସମାଜର ପ୍ରତିଟି ବ୍ଯକ୍ତିର ବିକାଶକୁ ସୁନିଶ୍ଚିତ କରିବା ନିମନ୍ତେ ଶପଥ ନେବା ପାଇଁ ଆଜିର ଦିନଟି ଏକ ସୁଖଦ ଅବସର । ବିଗତ ୨୦ ବର୍ଷ ତଳେ ବିରଳ ଥିବା ସୁବିଧା ସୁଯୋଗ ଗୁଡିକ ଆଜିକାର ଦିନରେ ଖୁବ ସହଜରେ ଉପଲବ୍ଧ ହୋଇପାରୁଛି । ଏହାକୁ ତୁମେ ହାସଲ କରି ଉନ୍ନତିର ଶିଖର ପ୍ରଦେଶରେ ପହଞ୍ଚିପାରିବ, ପ୍ରୟାସ ଜାରି ରଖ । ଆଜିର ଦିନରେ ଭିନ୍ନକ୍ଷମ ଛାତ୍ରୀଛାତ୍ର ମାନଙ୍କ ପ୍ରତିଭାକୁ ସମ୍ମାନ ଜଣାଇବା ପାଇଁ ଜିଲା ଶିକ୍ଷା କାର୍ଯ୍ଯାଳୟ ତରଫରୁ ଆୟୋଜନ କରାଯାଇଥିବା ଜିଲାସ୍ତରୀୟ ଭିନ୍ନକ୍ଷମ ପ୍ରତିଭା ସମ୍ମାନ ଉତ୍ସବ ଅତ୍ୟନ୍ତ ସ୍ଵାଗତ ଯୋଗ୍ୟ ପଦକ୍ଷେପ । ଏହିଭଳି ପଦକ୍ଷେପ ଆଗକୁ ଜାରି ରହୁ । ସମସ୍ତ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିଟି ପ୍ରତିଭାକୁ ଗୁରୁତ୍ଵ ଦିଅନ୍ତୁ ଓ ସେମାନଙ୍କର ବିକାଶରେ ସହାୟକ ହୁଅନ୍ତୁ ବୋଲି ପ୍ରକାଶ  କରିଥିଲେ ।  କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଅନ୍ତର୍ଯ୍ୟାମି ମିଶ୍ର  ମିଶ୍ର କହିଥିଲେ ଯେ “ଆମେ ଅକ୍ଷମ-ସକ୍ଷମ-ଯଦିଓ ଭିନ୍ନକ୍ଷମ” ଆଜିର ବିଜ୍ଞାନ ଏଭଳି ବିକାଶ ଲାଭ କରିଛି ଯେଉଁଠି ଭିନ୍ନକ୍ଷମତା ବା ଅକ୍ଷମତା ହାର ମାନିଛି । ଆପଣମାନେ ସମସ୍ତେ ଜାଣନ୍ତି ପୁନର୍ନିର୍ମାଣ ଅସ୍ତ୍ରୋପଚାର ମାଧ୍ୟମରେ ଅକ୍ଷମତାକୁ ଦୂରକରିବା କେତେକାଂଶରେ ସଫଳ ହୋଇପାରୁଛି । ତେଣୁ ଏହାର ସୁଯୋଗ ନେବା ଉଚିତ ହେବ  ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଅନୁଗୋଳ ଜିଲା ସାମାଜିକ ସୁରକ୍ଷା ଅଧିକାରୀ  ନାରାୟଣ ମହାପାତ୍ର, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀଣୀ ଲୋପମୁଦ୍ରା ପଟ୍ଟନାୟକ, କଣିହାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ପ୍ରିୟ ରଞ୍ଜନ ପ୍ରଧାନ, ଜିଲା ବିଜ୍ଞାନ ପର୍ଯ୍ଯବେକ୍ଷକ ଅମ୍ବୁଜ କୁମାର ଗଡନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Advertisement


କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ଟ୍ରଫି ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।  ୩୦ ଟି ବିଭାଗରେ କନିଷ୍ଠ, ମଧ୍ୟମ ଓ ବରିଷ୍ଠ ବର୍ଗର ସର୍ବମୋଟ ୧୬୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ୧୬୦ ଜଣ ଅଭିଭାବକ, ୨୫ ଜଣ ଗାଇଡ ଶିକ୍ଷକ, ୧୩ ଗୋଷ୍ଠୀ ଶିକ୍ଷା ସାଧନକର୍ମୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ, ୪୪ ଜଣ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ଵେଚ୍ଛାସେବୀ ତଥା ଜିଲା ଶିକ୍ଷା ଓ ସମଗ୍ରଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସର୍ବମୋଟ ୪୫୦ ଜଣ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଜିଲା ଶିକ୍ଷା କାର୍ଯ୍ୟ।ଳୟ ଓ ସମଗ୍ର ଶିକ୍ଷା କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସମସ୍ତ ପ୍ରତିଯୋଗିତାର ସଫଳ ଆୟୋଜନ ଓ ମୂଲ୍ୟାୟନ କ୍ଷେତ୍ରରେ ଜିିିଲାସ୍ତରର ବିଚାରକ ମଣ୍ଡଳୀ ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟ ରଞ୍ଜନ ପ୍ରଧାନ ଉପସ୍ଥିତ ସମସ୍ତ ପ୍ରତିଯୋଗୀ, ଅଭିଭାବକ ଓ  ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ  ବିଜୟ କୁମାର ସାହୁ, ସମସ୍ତ ଗୋଷ୍ଠୀ ସାଧନ କର୍ମୀ ଏବଂ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷାସ୍ଵେଚ୍ଛାସେବୀମାନେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାଗୁଡିକୁ ପରିଚାଳନା କରିଥିଲେ । ଜିଲା ଶିକ୍ଷା ବିଜ୍ଞାନ ସଂଯୋଜକ  ମନୋରଞ୍ଜନ ସାହୁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *