ଗାଁ ରାସ୍ତା କାଦୁଅ, ରୋଗୀ ପାଖକୁ ପହଁଚି ପାରିଲା ନାହିଁ ଆମ୍ବୁଲାନ୍ସ,୨ କିଲୋମିଟର ବୁହା ହେଲା ରୋଗୀ,

ଅନୁଗୋଳ ୨୯।୭-  ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡା ଗ୍ରାମ ପଞ୍ଚାୟତ କୋଡାସାହିରେ ଜଣେ ୬୦ ବର୍ଷୀୟ ରୋଗୀଙ୍କୁ ପ୍ରାୟ ଦୁଇ କିଲୋମିଟର ଦୂରରୁ ଆମ୍ବୁଲାନ୍ସ ପାଖକୁ ବୋହିକି ଆଣିଛନ୍ତି। ସୂଚନା ଯେ, କୋଡାସାହିର ବନବାସି ବେହେରା (୬୦) ଙ୍କର ଭୀଷଣ ଦେହ ଖରାପ ହେବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବର ପାଇ ପୁରୁଣାଗଡ଼ରେ ଥିବା ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା। କୋଡାସାହି ଗ୍ରାମକୁ କାଦୁଅ ଯୋଗୁଁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ। ଗ୍ରାମ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିଥିଲା। ଗ୍ରାମକୁ ଷ୍ଟ୍ରେଚର ନେଇ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ବନବାସୀ ଙ୍କୁ ବୋହି କି ଆମ୍ବୁଲାନ୍ସ ପାଖକୁ ଆଣିଥିବା ଆମ୍ବୁଲାନ୍ସରେ ଆଟେଣ୍ଡାଟ କର୍ମଚାରି ଅଲେଖ ପ୍ରସାଦ ପ୍ରଧାନ ସୂଚନା ଦେଇଛନ୍ତି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହାନତା ଦେଖି ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି। କିନ୍ତୁ ଏବେ ଏଠି କଥା ଉଠେ ଯେ, ରାସ୍ତା ପାଇଁ ସରକାର ଖର୍ଚ କରୁଥିବା ଟଙ୍କା କେଉଁ ଆଡୁ ଖର୍ଚ ହେଉଛି ତାହା ଜଣା ପଡୁନାହିଁ, ଆଜି ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାରେ କିଛି ଅମିତି ଗାଁ ରହିଛି ପକ୍କା ରାସ୍ତା ପାଇଁ ସାତସପନ ଦେଖିବାକୁ ପଡୁଛି ।

Advertisement

Leave a Reply

Your email address will not be published. Required fields are marked *