ଅନୁଗୋଳ ୧।୮- ଅନୁଗୋଳ ଜିଲା ସହର ନିକଟସ୍ଥ ସାକୋସିଂହା ଗ୍ରାମବାସୀ ମାନେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା ନେଇ ଶୁକ୍ରବାର ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଶାରେ , ତାଙ୍କ ଗ୍ରାମକୁ ଯାଇଥିବା ରାସ୍ତାର ସମ୍ପ୍ରସାରଣ କରା ଯାଉଛି। ତୃତୀୟ ପକ୍ଷ ଠିକାଦାର କାର୍ଯ୍ୟ କରୁଥିବା ବେଳେ ରାସ୍ତା ଖୋଳି ଦେଇଛି। ଯାହା ଫଳରେ ରାସ୍ତାରେ ଯିବା ଆସିବା କରିବା ପାଇଁ ବହୁତ ଅସୁବିଧା ହେଉଛି। ଅନୁଗୋଳରୁ ତାଳଚେର ଯାଉଥିବା ଲୋକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ତୁରଙ୍ଗ ମେଡ଼ିକାଲକୁ କେହି ଯାଇ ପାରୁ ନାହାଁନ୍ତି, ଡିଏଭି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଯାଉଥିବା ୧୪/୧୫ଟି ବସ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳର ପ୍ରାୟ ପାଞ୍ଚଟି ପଞ୍ଚାୟତର ଲୋକ ଯିବା ଆସିବା କରନ୍ତି ଏବଂ ବର୍ଷା ହେଲେ ଖାଲ ଖମା ହୋଇ ଯିବାରୁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ଗ୍ରାମର କିଛି ଲୋକ ତୃତୀୟ ପକ୍ଷ ଠିକାଦାରକୁ ଅଭିଯୋଗ କରିବାରୁ କିଛି ମୁଷ୍ଟିମେୟ ଲୋକକୁ ଧରି ନାନା ଭାଷାରେ ଗାଳି ଗୁଲଜ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ଘଟଣା ବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ କୌଣସି ପଦକ୍ଷେପ ନେଉ ନାହାନ୍ତି। ବାଧ୍ଯ ହୋଇ ଗ୍ରାମ ବାସି ମାନେ ଜିଲା ପ୍ରଶାସନ ପାଖରେ ଅଭିଯୋଗ ଜଣାଇଥିବାର କିର୍ତ୍ତୀସ୍ଵର ପ୍ରଧାନ, ସୁଧିର କୁମାର ନାଏକ, ସନ୍ତୋଷ ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି ।