
ଅନୁଗୋଳ ୩୧୲୮ – ଢେଙ୍କାନାଳର ସାଂସଦ ରୁଦ୍ର ନାରାୟଣ ପାଣି ଅସୁସ୍ଥ ହୋଇ ନୂଆଦିଲ୍ଲୀ ଏମଏସ ରେ ଚିକିତ୍ସା ଧୀନ ଅଛନ୍ତି | ସାଂସଦଙ୍କର ଚକ୍ଷୁ ଓ ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ଯୋଗୁଁ ସେ ଏମଏସରେ ଭର୍ତ୍ତି ହୋଇଛନ୍ତି | ରବିବାର ଅନୁଗୋଳ ଜିଲା ଭାଜପା ପକ୍ଷରୁ ଅନୁଗୁଳ ବଜାର ରାଜା ଛକ ହନୁମାନ ମନ୍ଦିରରେ ସାଂସଦ ପାଣିଙ୍କର ଆଶୁ ଆରୋଗ୍ୟ କାମନା କରି ସାମୁହିକ ପୂଜାର୍ଚନା ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଜିଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପ୍ରାକ୍ତନ ଜିଲା ସଭାପତି ଦିଲେଶ୍ୱର୍ ପ୍ରଧାନ,ସୁଦିପ୍ ଗଡ଼ନାୟକ,ଚୌଧୁରୀ ପ୍ରଧାନ ,ମୀରା ଗଡ଼ନାୟକ,ସୋଭାଗିନି ପ୍ରଧାନ,ଶୁଚିଶ୍ମିତା ତ୍ରିପାଠୀ,ରୋଜାଲିନ ଦାସ ,ସିଦ୍ଧାର୍ଥ ରାଉତରାଏ,ପ୍ରକାଶ ମଙ୍ଗରାଜ, ଗୋପବନ୍ଧୁ ଗଡ଼ନାୟକ ,ଯୋଶବନ୍ତ ପ୍ରସାଦ ବେହେରା,ରୁଚିର ନନ୍ଦ,ଦିଲ୍ଲୀପ କୁମାର ଦାସ,ବସନ୍ତ ମଞ୍ଜରୀ ପ୍ରଧାନ, ନମିତା ଦଳବେହେରା,ସୁଜାତା ଦାସ,ସରିତା ମିଶ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |