ଅନୁଗୋଳ ୧।୮ – ଅନୁଗୋଳ ଜିଲା ପଞ୍ଚାୟତ ସାଧନ କେନ୍ଦ୍ର ପରିସରରେ ଜିଲା ସ୍ତରୀୟ ୨ ଦିନିଆ ବିପର୍ଯ୍ୟୟ ପ୍ରଶମନ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମ କର୍ମଶାଳା ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲାପାଳ ଅବଦାଲ୍ ମୁହମ୍ମଦ୍ ଅତର ଯୋଗ ଦେଇ ବିପର୍ଯ୍ୟୟ ସମୟରେ ଗ୍ରାମ ପଞ୍ଚାୟତର ଭୂମିକା, ଦାୟିତ୍ବ ଏବଂ କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । କର୍ମଶାଳା ୨ ଦିନ ଧରି ୫ ଟି ପର୍ଯ୍ୟାୟରେ ଚାଲୁରହିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଉଦୟ କୁମାର ମହାପାତ୍ର, ପ୍ରତାପ ପ୍ରୀତିମୟ, ଜିଲା ପଞ୍ଚାୟତ ଅଧୁକାରିଣୀ ଚିନ୍ମୟୀ ସାମନ୍ତରାୟଙ୍କ ସମେତ ସ୍ବେଛାସେବୀ ସଂଗଠନର ପ୍ରଶିକ୍ଷକ ଏବଂ ୪୦ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ । ଏହି କର୍ମଶାଳାକୁ ଜିଲା ଆପାତକାଳିନ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ପରିଚାଳନା କରିଥିଲେ ।