ହାତୀ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ଗାଡି ‘ଐରାବତ’

ଅନୁଗୋଳ୨୪/୮- ଅନୁଗୁଳ ବନଖଣ୍ଡକୁ ଆସିଲା ହାତୀ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ଗାଡି ‘ଐରାବତ’। ଏଥିରେ ରହିଛି ସ୍ବତନ୍ତ୍ର ଲିଫ୍‌ଟ, ସିସିଟିଭି ର ବ୍ଯବସ୍ଥା ସହିତହାତୀ ଉଦ୍ଧାର ଟ୍ରକର ବୈଷୟିକ ନିର୍ଦ୍ଦିଷ୍ଟକରଣ ମଧ୍ଯରେ ବାୟୁଚଳନ ଏବଂ ହାତୀ ଗୋଡ଼କୁ ଲକ୍ କରିବା/ଅନଲକ୍ କରିବା ପାଇଁ ଛିଦ୍ରିତ ସ୍ଲଟ୍ ପାଇଁ ଟ୍ରକ୍ ବଡି ପାର୍ଶ୍ଵ ଖୋଲା। ଟେଲ୍ ରାମ୍ପ-୨ ପିସି ଆଣ୍ଟି-ସ୍କିଡ୍ ପ୍ଲେଟ୍ ସହିତ କଠୋର ଟ୍ୟୁବଲ୍ ରାମ୍ପ ଖୋଲିବା ଏବଂ ଫୋଲ୍ଡ କରିବା। ହାଇଡ୍ରୋଲିକ୍ ପାୱାର-ଟ୍ରକ୍ ଇଞ୍ଜିନ୍ ପାଇଁ ଉତ୍ସ। ପାର୍ଶ୍ଵ ଗ୍ୟାଲେରୀ- ଲୋଡିଂ ସମୟରେ ଟ୍ରକ୍ ଭିତରେ ହାତୀକୁ ମାର୍ଗଦର୍ଶନ କରିବା ପାଇଁ ୬୧୦ ମିମି ଉଚ୍ଚତା ସହିତ ଉଭୟ ପାର୍ଶ୍ୱରେ ୱେଲ୍ଡିଂ କରାଯିବ। ରାମ୍ପ ଫୋଲ୍ଡିଂ – ସମସ୍ତ ହାଇଡ୍ରୋଲିକ୍। ଲୋଡ୍ ଉଠାଣ କ୍ଷମତା – ୬ ରୁ ୮ ଟନ୍। କମ୍ପାର୍ଟମେଣ୍ଟରେ 5 ଜଣଙ୍କ ପାଇଁ ଫୋମ୍ ଯୋଗାଇ ଦିଆଯିବ।

Advertisement


୧୨ ଭୋଲ୍ଟ ବିଶିଷ୍ଟ ୮ଟି ସର୍ଚ୍ଚ ଲାଇଟି ଲାଗିଛି । ଜିପିଏସ ଟ୍ରାକର ରହିଛି । ଜନ ସାଧାରଣଙ୍କୁ ଅବଗତ ପାଇଁ ଆମ୍ପ୍ଲିଫାୟର, ମାଇକ୍ ଏବଂ ଲାଉଡସ୍ପିକର ସହିତ ୧୫ ଟି ହୋଣ୍ଡା ଜେନେରେଟର ଉପଯୁକ୍ତ ସ୍ଥାନରେ ପଛ ପାର୍ଶ୍ୱରେ ଫିଟ୍ କରାଯାଇଛି । ଭିଏଚଏଫ ସେଟ୍ (ୱାକି ଟକି) ବ୍ଯବସ୍ଥା , ୨୨୦୦ ଲିଟର କ୍ଷମତା ଥିବା ପାଣି ଟ୍ଯାଙ୍କ। ସୂର୍ଯ୍ୟ ଏବଂ ଗରମରୁ ସୁରକ୍ଷା ଦେବା ପାଇଁ ପରିବହନରେ ହାତୀକୁ ଛାଇ ପ୍ରଦାନ କରିବା ପାଇଁ ଟ୍ରକ୍ ଉପରେ ଫୋଲ୍ଡେବଲ୍ ପରଦା।ଏହା ପରିବହନ ସମୟରେ ହାତୀକୁ କୌଣସି ଆଘାତ ରୋକିବା ଏବଂ ସମର୍ଥନ ଏବଂ ଆରାମ ପ୍ରଦାନ କରିବ ବ୍ଯବସ୍ଥା ରଖାଯାଇଛି ।
ଏହି ଗାଡ଼ି ଦାମ କୋଟିଏରୁ ଅଧିକ ବୋଲି ଜଣା ପଡିଛି ।
                         ଅନୁଗୋଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍ ‘ଐରାବତ’ । ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସବୁ ଯନ୍ତ୍ରପାତି ଏଥିରେ ଉପଲବ୍ଧ । ଫଳରେ ପୂର୍ବରୁ ଟ୍ରକ୍‌ରେ ଯେଉଁଭଳି ହାତୀଙ୍କୁ ନିଆଯାଉଥିଲା ସେଭଳି ସମସ୍ୟା ଆଉ ହେବ ନାହିଁ। ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି। ଅନୁଗୋଳରେ ସାତକୋଶିଆ ଭଳି ଅଭୟାରଣ୍ୟ ରହିଥିବାରୁ ବିଭିନ୍ନ ସମୟରେ ଅସୁସ୍ଥ ହାତୀଙ୍କ ଜୀବନ ଯାଉଛି। ଅଧିକ ଚିକିତ୍ସା ପାଇଁ ହାତୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ବିଭିନ୍ନ ସମସ୍ୟା ଦେଖାଯାଉଥିଲା। ଏବେ ଅନୁଗୋଳ ବନଖଣ୍ଡକୁ ହାତୀ ସ୍ଥାନାନ୍ତର ପାଇଁ ଆବଶ୍ୟକ ହେଉଥିବା ‘ଐରାବତ’ ଟ୍ରକ୍ ଆସିଛି।

Advertisement


ଅନୁଗୋଳ ଡିଏଫଓ ନୀତିଶ କୁମାରଙ୍କ କହିବା ଅନୁଶାରେ
ଏଥିରେ ହାତୀକୁ ଟ୍ରକ୍‌ରେ ଉଠିବାକୁ ସ୍ବତନ୍ତ୍ର ଲିଫ୍‌ଟ ଲାଗିଛି। ଟ୍ରକ୍‌ରେ ୧୫ ଶହ ଲିଟର ଜଳଧାରଣ କରୁଥିବା ପାଣି ଟ୍ଯାଙ୍କ ରହିଛି। ଦୂର ସ୍ଥାନକୁ ହାତୀ ସ୍ଥାନାନ୍ତର ସମୟରେ ହାତୀର ଗାଧୋଇବା ଓ ପିଇବା ପାଇଁ ଯେପରି ପାଣିର ଅଭାବ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ସେହିପରି ଜଳାଶୟରୁ ପାଣି ଭର୍ତ୍ତି କରାଯିବାକୁ ଏକ ପାଣି ପମ୍ପ ରହିଛି। ହାତୀର ତାପମାତ୍ରା ମାପିବାକୁ ଅଟୋମେଟିକ୍ ମେସିନ୍ ଓ ଫାଷ୍ଟଏଡ୍ ବକ୍ସ ଖଞ୍ଜା ଯାଇଛି। ସେଥିରେ ୨ ହଜାର ୱାଟ୍‌ର ଜେନେରେଟର ଲାଗିବା ସହିତ ଆଲୋକୀକରଣ ପାଇଁ ଉତ୍କଳ ଲାଇଟ୍ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଅସୁସ୍ଥ ହାତୀ ଖାଇବା ପାଇଁ ସେଥିରେ ସ୍ବତନ୍ତ୍ର ପାତ୍ର ରଖାଯାଇଛି। ଗାଡ଼ିଟି ହାତୀକୁ ଅନ୍ୟ ସ୍ଥାନକୁ ନେଇ ଯାଉଥିବାବେଳେ ସାଇରନ୍ ବାଜି ଉଠିବ, ଫଳରେ ଟ୍ରାଫିକ୍ ସମସ୍ୟାରେ ଫସିବ ନାହିଁ । ଅନ୍ୟପକ୍ଷରେ ଏହା ରାଜ୍ୟର ଏକମାତ୍ର ସ୍ବତନ୍ତ୍ର ଗାଡ଼ି, ଯାହାକି ହାତୀ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଛି। ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିବା ହାତୀମାନଙ୍କୁ ଟ୍ରାଙ୍କୁଲାଇଜ୍ କରାଯାଇ ଅନ୍ୟତ୍ର ସ୍ଥାନାନ୍ତରରେ ଏହା ବେଶ୍ ସହାୟକ ହେବ। ଅସୁସ୍ଥ ହାତୀମାନଙ୍କୁ ମଧ୍ୟ ଏହି ଗାଡ଼ିରେ ଚିକିତ୍ସା ପାଇଁ ନିଆଯାଇ ପାରିବ ବୋଲି ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *