ଜଳକ୍ରିଡ଼ାରେ ମଗ୍ନ ହାତୀ
ଅନୁଗୋଳ ୪/୮ – ଅନୁଗୋଳ ବ୍ଲକ ବନ୍ତଳା ବନାଞ୍ଚଳ ଅଧିନ ବଡ଼କନ୍ତକୂଳ ପଞ୍ଚାୟତ ବଡ଼କନ୍ତକୂଳ ଗାଁ ଖଳିଢିପ ସାହି ମୁଣ୍ଡରେ ଥିବା ପୋଖରୀରେ ସୋମବାର ସକାଳେ ଜଳ କ୍ରିଡ଼ାରେ ମଗ୍ନଥିବା ଏକ ହାତୀ ଦେଖିବାକୁ ମିଳିଥିଲା। ସାହିର କିଛି ଲୋକ ଗାଧୋଇବାକୁ ଯାଇ ହାତୀର ଜଳକ୍ରୀଡାକୁ ବେଶ ଉପଭୋଗ କରିବାସହ ଭୟଭିତ ହୋଇ ବନ ବିଭାଗକୁ ଖବର ଦେଉଥିଲେ।

ଖବର ପାଇ ବନବିଭାଗ ପକ୍ଷରୁ ଗଜସାଥୀଙ୍କ ସହାୟତାରେ ହାତୀକୁ ନିକଟସ୍ଥ ଜଙ୍ଗଲ ଭିତରକୁ ଘଉଡ଼ାଇ ଥିଲେ। ଏନେଇ ବନପାଳ ପ୍ରଶନ୍ନ କୁମାର ସାହୁ କହିଛନ୍ତି, ବଡ କନ୍ତକୂଳ ଗାଁକୁ ଘଞ୍ଚ ଜଙ୍ଗଲ ଲାଗି ରହିଛି, ବେଳେ ବେଳେ ଏହି ତସ୍କର ପ୍ରଜାତିର ହାତୀ ଗାଧୋଇବାକୁ ଆସିଥାନ୍ତି। ତେବେ ଏନେଇ ଆମେ ସଚେତନ ଓ ସେମାନଙ୍କ ଗତିବିଧି ସମ୍ପର୍କରେ ଅବଗତ ଅଛୁ।