ଦେଉଳଝରୀ ଶୈବପୀଠରେ ୫ ହଜାରରୁ ଉର୍ଦ୍ଧ୍ବ କାଉଡିଆ ଜଳଲାଗି କଲେ

ଅନୁଗୋଳ୫।୮-: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ପ୍ରସିଦ୍ଧ ଶୈବପୀଠ ଦେଉଳଝରୀ ଠାରେ ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ୫ ହଜାରରୁ ଉର୍ଦ୍ଧ୍ବ ବୋଲବମ କାଉଡିଆ ଜଳଲାଗି କରିଛନ୍ତି। କାଉଡିଆ ମାନେ ଶୃଙ୍ଖଳିତ ଭାବେ ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥ‌ିବା ବେଳେ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଏକ ଷ୍ଟ୍ରଲ ନିର୍ମାଣ କରାଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା।

ଦେଉଳଝରୀ ପୂଜା କମିଟି ସଭାପତି ଧାର୍ମିକ ପରିଛା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଓ ସମସ୍ତ ପୂଜକ ଶାନ୍ତିଶୃଙ୍ଖଳା ସହ କାଉଡିଆମାନଙ୍କୁ ଜଳଲାଗି କରାଇ ଦର୍ଶନ କରାଇଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମନ୍ଦିର ପରିସରରେ କାଉଡିଆ ମାନଙ୍କୁ ଭୋଗ ପରିବେଷଣ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *