
ବାଲେଶ୍ଵର ୧୨୲୮- ଅବକାରୀ ଉପ- ଆୟୁକ୍ତ ତଥା ଅବକାରୀ ଅଧିକ୍ଷକ ବାଲେଶ୍ୱର ମନୋଜ କୁମାର ସେଠୀଙ୍କ ନିର୍ଦେଶ କ୍ରମେ ବାଲେଶ୍ୱର ସଦର ଅବକାରୀ ବିଭାଗ ସଦର ଥାନା ଅନ୍ତର୍ଗତ କୁରୁକୁରା ଗ୍ରାମରେ ଚଢ଼ାଉ କରି 3400.00 ଲିଟର ଗୁଡ଼ ପୋଚ, 500.00 ଲିଟର ହାତ ରନ୍ଧା ଦେଶୀ ମଦ ଓ ମଦ ରନ୍ଧା ସରଞ୍ଜାମ ମାନ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି. ଗିରଫ ବ୍ୟକ୍ତି ଜଣଙ୍କ ହେଲେ କୁରୁକୁରା ଗ୍ରାମର ସୁଶାନ୍ତ ପ୍ରଧାନ, ବୟସ 48 ବର୍ଷ. ଗିରଫ ବ୍ୟକ୍ତିଙ୍କୁ ମାନ୍ୟବର ଅଦାଲତଙ୍କୁ ଚାଲଣ କରିବା ପରେ ବିଚରା ବିଭାଗୀୟ କାରାଗାରକୁ ପଠା ହୋଇଛି.
ଏହି ଚଢ଼ାଉରେ ଦିପ୍ତିମୟୀ ସାହୁ ଅବକାରୀ ନିରୀକ୍ଷୀକା ସଦର, ଭକ୍ତ ଚରଣ ସ୍ୱାଇଁ ଉପନିରୀକ୍ଷକ ବାଲେଶ୍ୱର 2 ଅବକାରୀ ଥାନା, ଅନିକ କୁମାର ସାଥୁଆ, କବିତା ସେନାପତି, ସେକ କଲିମ, ପଙ୍କଜ ମହାନ୍ତି, ରଶ୍ମିରେଖା ପାତ୍ର, ସୁବ୍ରତ କୁମାର ଜେନା ଆଦି ଯୋଗ ଦେଇଥିଲେ.।