ଶ୍ୟାମସୁନ୍ଦରପୁର ନାବାଳିଜା ପ୍ରକରଣରେ ଏସପିଙ୍କ ସହ କଥାହେଲେ ସାଂସଦ ରୁଦ୍ରନାରାୟଣ 


ଅନୁଗୁଳ – ୧୮/୯- ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଳୁଆକଟା ପଞ୍ଚାୟତ ଶ୍ୟାମସୁନ୍ଦରପୁର ନାବାଳିକା ପ୍ରକରଣ ରେ ଢେଙ୍କାନାଳ ଲୋକସଭା ସାଂସଦ ରଦ୍ରନାରାୟଣ ପାଣି ଉଦବେଗ ପ୍ରକାଶ କରିଵାସହ ଦୋଷି କୁ ତୁରନ୍ତ ଧରି କଠୋର ରୁ ଅତି କଠୋର ଦଣ୍ତବିଧାନ କରିବାକୁ ଗୁରୁବାର ପୁନର୍ବାର ସଦର ଥାନାଧିକାରୀ ମୃଣାଳ କାଲୋ ଓ ଅନୁଗୁଳ ଆରକ୍ଷୀଅଧିକ୍ଷକ ରାହୁଲ ଜୈନ ଙ୍କ ସହ ବିଷଦ ଆଲୋଚନା କରିଛନ୍ତି । ସେହି ଗ୍ରାମର ବହୁ ସଂଖ୍ୟାର ମହିଳା ଦୋଷିଙ୍କୁ ଧରିବାକୁ ଦାବୀ କରିଥୁବା ସମୟରେ ସାଂସଦ ଏଭଳି ଘଟଣାକୁ ଗୁରୁତର ସହ ବିଚାରକୁ ନେଇ ରାଜନୈତିକ ରଙ୍ଗକୁ ନାପସନ୍ଦ କରି ଘଟଣାରେ ସଂପୃକ୍ତ ଦୋଷି ଙ୍କୁ ଶିଘ୍ର ଧରିବାକୁ ଏବଂ ମୃତକର ପରିବାରକୁ ନ୍ୟାୟ ଦେବାକୁ ସ୍ଥାନିୟ ଅନୁଗୁଳ ସଦର ଥାନାଧିକାରୀ ଓ ଅନୁଗୁଳ ଆରକ୍ଷୀଅଧିକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *