
ଅନୁଗୋଳ , ୩୧।୮- ଆନୁଗୋଳ ସହର ମଧ୍ୟସ୍ଥ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ “ନାଗରିକ କନଭେନସନ ” ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ମହିଳା, ଛାତ୍ରୀ, ଶିଶୁକନ୍ୟାଙ୍କ ଉପରେ ବଢ଼ି ଚାଲିଥିବା ଅତ୍ୟାଚାର, ଦୁଷ୍କର୍ମ ଏବଂ ହତ୍ୟା ଭଳି ଘଟଣା ସମାଜର ସଚେତନ ନାଗରିକ ମାନଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛନ୍ତି ।
ବରିଷ୍ଠ ଓକିଲ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କନଭେନସନ୍ ରେ ଅଧ୍ୟାପକ ପୂର୍ଣ୍ଣେନ୍ଦୁ ଭୂତିଆ ଚିଠା ପ୍ରସ୍ତାବକୁ ପାଠ କରିଥିଲେ । ଉପସ୍ଥିତ ଥିବା ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାସ, ଅଧ୍ୟାପକ ଧନେଶ୍ୱର ସାହୁ, ଶିକ୍ଷାବିତ୍ ରବିନାରାୟଣ ସାହୁ, ଶିକ୍ଷାବିତ୍ ତରୁଣ କୁମାର ଦେହୁରୀ, ଶିକ୍ଷାବିତ୍ ପ୍ରଦୀପ କୁମାର ପ୍ରଧାନ, ନରେଶ ଚନ୍ଦ୍ର ସାହୁ, ଅକ୍ଷୟ ବାରିକ, ବରିଷ୍ଠ ଓକିଲ ବସନ୍ତ କୁମାର ଦାସ, ରଜତ ରଞ୍ଜନ ଦାସ, ସୁବାସ ଚନ୍ଦ୍ର ସାହୁ, ସମାଜସେବୀ ବ୍ରହ୍ମଜ୍ୟୋତି ମିଶ୍ର, ଦୌପଦୀ ଦେହୁରୀ, ଅଜୟ ଭାଇ, ଅକ୍ଷୟ ବେହେରା, ସନ୍ତୋଷ କୁମାର ବେହେରା, ମିନତୀ ସାମଲ, ଜେନାମଣି ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଚିଠା ପ୍ରସ୍ତାବକୁ ସମର୍ଥନ କରିବା ସହ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅପରାଧିମାନଙ୍କୁ କଠୋର ଦଣ୍ଡବିଧାନ କରିବା, ମଦ ସମେତ ସମସ୍ତ ମାଦକ ଦ୍ରବ୍ୟକୁ ନିଷିଦ୍ଧ କରିବା, ଇଣ୍ଟରନେଟ୍ ମାଧ୍ୟମରେ ଅଶ୍ଳୀଳତା, ଅପସଂସ୍କୃତିର ପ୍ରଚର ପ୍ରସାର ବନ୍ଦ କରିବା, ଯୌନ ଉନ୍ମାଦ ସୃଷ୍ଟିକାରୀ ସଙ୍ଗୀତ, ନାଟକ, ଚଳଚ୍ଚିତ୍ର ବନ୍ଦ କରିବା, ପାଠ୍ୟ ପୁସ୍ତକରେ ନବଜାଗରଣ ଯୁଗର ମହାମନୀଷୀମାନଙ୍କର ଜୀବନ ସଂଗ୍ରାମକୁ ସ୍ଥାନିତ କରିବା ଏବଂ ସମାଜରେ ଉନ୍ନତ ସାହିତ୍ୟ, ସଂସ୍କୃତିର ବ୍ୟାପକ ଚର୍ଚ୍ଚା କରିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ । ଶେଷରେ ‘ ପ୍ରଗତିଶୀଳ ନାଗରିକ ମଞ୍ଚ’ ନାମରେ ଏକ ନାଗରିକ କମିଟି ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହେମନ୍ତ କୁମାର ଦାସ, ବଳରାମ ନାୟକ, ଅଜିତ୍ ତ୍ରିପାଠୀ, ସତ୍ୟପ୍ରକାଶ ଦାସ, ପ୍ରତିମା ମଞ୍ଜରୀ ସିଂହ, ଅଭୟ କୁମାର ଧର, ଅନନ୍ତ ଚରଣ ସାହୁ, ନବକିଶୋର ମହାପାତ୍ର, ପ୍ରଦୁ୍ୟମ୍ନ ନାଏକ ପ୍ରମୁଖଙ୍କ ସମେତ ଶତାଧିକ ସଚେତନ ନାଗରିକ ଉପସ୍ଥିତ ଥିଲେ ।