
ଅନୁଗୋଳ: ୬/୮-: ଠିକା ଶ୍ରମିକଙ୍କ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ସ୍ମେଲ୍ଟର ପ୍ଲାଣ୍ଟ ଅଧୀନରେ କାର୍ଯ୍ୟରତ ୧୨୦କର୍ମଚାରୀ ମାନଙ୍କ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ଯାଇଛି ଯାହା ଫଳରେ ଗତ ଏକ ମାସ ହେବ ପ୍ଲାଣ୍ଟ ପରିସରରେ କାର୍ଯ୍ୟକରୁଥିବା ଉଦ୍ୟାନ ବିଭାଗ ତଥା ବଗିଚା ରେ ଓ କଲୋନୀ ପରିସର ମଧ୍ୟ ରେ ଥିବା ୫ଟି ପାର୍କ ରେ କାର୍ଯ୍ଯ କରୁଥିବା ବେଳେ ଆଜି ଠାରୁ ପାର୍କ ରେ ସମ୍ପୂର୍ଣ୍ଣ କାର୍ଯ୍ୟ ଠପ୍ ହୋଇ ଯାଇଛି। ଉଦ୍ୟାନ ବିଭାଗରେ ଦୁଇ ବର୍ଷ ପାଇଁ ଟେଣ୍ଡର ହୋଇଥାଏ। ମାତ୍ର ଲୋ ଟେଣ୍ଡର ହେବା କାରଣରୁ ୩ମାସିଆ ହେଉଛି। ଯାହା ଫଳରେ ଟେଣ୍ଡର ସରିବା ବେଳକୁ ତୁରନ୍ତ ଟେଣ୍ଡର ହୋଇ ନଥାଏ ଯାହା ଫଳରେ ଠିକା ଶ୍ରମିକ ମାନେ ଦୁର୍ଦ୍ଦଶା ଭୋଗିବାକୁ ପଡୁଛନ୍ତି। କିଛି ଶ୍ରମିକ ମାନେ ୧୫ଦିନ କାମ କରି ଏକମାସ କାର୍ଯ୍ୟ ମିଳୁନାହିଁ। ଏପଟେ ଠିକା ଶ୍ରମିକମାନେ କାମ ନ ପାଇ ଘରେ ବସିଥିବା ବେଳେ ଗଛ ଗୁଡ଼ିକ ର ରକ୍ଷଣା ବେକ୍ଷଣ ପାଇଁ ନାଲକୋ ପ୍ରଶାସନ ସପ୍ଲାଏ କର୍ମଚାରୀ ମାନଙ୍କୁ ନେଇ ଲୁଚାଣିଆ କାମ କରି ଚଳାଇ ଦେଉଛନ୍ତି । ଯାହା ଠିକା ଶ୍ରମିକ ମାନେ ନିନ୍ଦା କରିଛନ୍ତି। ଏ ନେଇ ଆଜି ଶାନ୍ତି ପୂର୍ଣ୍ଣ ଭାବେ ସହେରୁ ଉର୍ଦ୍ଧ ଠିକାଶ୍ରମିକ ମାନେ ବ୍ୟାନର ଧରି ନାଲକୋ ନେସ କର୍ଯ୍ୟାଳୟ ଠାରୁ ଆରମ୍ଭ କରି ଏକ ବିଭିନ୍ନ ସ୍ଲୋଗାନ ଦେଇ ନାଲକୋ ଉଦ୍ୟାନ ଛକ , ନାଲକୋ ଷ୍ଟାଡିୟମ୍ ଦେଇ କଲୋନୀ ରେନାଲକୋ ଠିକା ଶ୍ରମିକ ମାନେ ରାଲି କରିଥିଲେ। ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରି ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

