ଦଶଦଫା ଦାବି ନେଇ ଓଡିଶା ରାଜସ୍ବ ଅମଲା ସଙ୍ଘର ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ।

ଅନୁଗୋଳ ୧୧୲୮(ମାନସ ବିଶ୍ୱାଳ)- ଅନୁଗୋଳ ତହସିଲ ଅଫିସ ସମ୍ମୁଖରେ   ଦଶଦଫା ଦାବି ନେଇ   ସୋମବାର ଓଡିଶା ରାଜସ୍ବ ଅମଲା ସଙ୍ଘ ତରଫରୁ ଅନିର୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ  ହୋଇଛି l ଜିଲା ଅମଲା ସଂଘର ମୁଖ୍ଯ ଉପଦେଷ୍ଟା ଲଳିତ ମୋହନ ବେହେରାଙ୍କ ତତ୍ତ୍ବାବଧାନରେ ସଭାପତି ରଜନୀକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ସଦର ମହକୁମାର  ଜିଲାପାଳ, ଉପଜିଲାପାଳ, ତହସିଲ, ବ୍ଲକ, ଜିଲା ମଙ୍ଗଳ ଅଧିକାରୀ କାର୍ଯାଳୟ, ଜିଲା ଯୋଗାଣ ବିଭାଗ  କାଯ୍ଯାଳୟ ର କାର୍ଯ୍ୟରତ  ଅମଲା ମୋଟ ୮୬ ଜଣ ଯୋଗ ଦେଇଛନ୍ତି।  ଦାବି ଗୁଡିକ ପୂରଣ ନହେଲେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଅମଲା ସଙ୍ଘର ସମ୍ପାଦକ ଦେବେଶ ମିଶ୍ର ଜଣାଇଛନ୍ତି।

ସୂଚନା ଅନୁସାରେ ଗତ ମାସ ୭ ତାରିଖରେ ଅମଲା ସଂଘ ତରଫରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବା ସହ ଦାବି ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କୈାଣସି ଦାବି ପୂରଣ ନହେବା ଯୋଗୁ ଏହି ଆନ୍ଦୋଳନ କରାଯାଇଛି। ସୋମବାର ୧୦ ଦଫା ଦାବୀ ତଥା –  ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସପି ୨୦୧୭ ମସିହା ନିୟମ ଅନୁଯାୟୀ ଲେଭେଲ୍ ୯କୁ ବୃଦ୍ଧି କରାଯାଉ, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପତ୍ର ସଂଖ୍ୟା ୬୯୮ ତା ୦୬.୦୧.୨୦୨୪, ପତ୍ର ସଂଖ୍ୟା ୭୦୮ ତା ୦୬.୦୧.୨୦୨୪, ପତ୍ର ସଂଖ୍ୟା ୮୮୯୮ ତା ୧୩.୦୩. ୨୦୨୪ ଅନୁଯାୟୀ ଏବଂ ସମସ୍ତ ଜିଲାପାଳ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି କରା ଯିବା ସହିତ ପଦବୀ ପୂର୍ନଗଠନ କରାଯାଉ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮ ତା ୧୫.୦୩. ୨୦୨୪ ଅନୁଯାୟୀ ହୋଇଥିବା ଜନିଷ୍ଠ ରାଜସ୍ବ ଅମଲା ମାନଙ୍କର ରେସିଡ଼େନ୍ସି ପ୍ରିୟଡ ୬ ବର୍ଷ ଯାଗାରେ ୪ ବର୍ଷ କରାଯାଉ , ବରିଷ୍ଠ ରାଜସ୍ଵ ସହାୟକ ଏବଂ ଏ.ଏସ୍.ଓ. ପଦବୀକୁ ଏକତ୍ରିକରଣ କରାଯାଇ କେବଳ ଏ.ଏସ୍.ଓ ରଖାଯାଉ ଏବଂ ବଳିଷ୍ଠ ରାଜସ୍ୱ ସହାୟକରୁ ୪ ବର୍ଷ ରେସିଡ଼େନ୍ସି ପ୍ରିୟଡ ରଖାଯାଇ ଏ.ଏସ୍. ଓ ପଦବୀକୁ ପଦୋନ୍ନତି ଦିଆଯାଉ , ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟବୀମା ଲାଗୁ କରାଯାଉ , ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀକୁ ପୁନଃ ପ୍ରଚଳନ କରାଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେ କୌଣସି ସଦସ୍ୟ । ସଦସ୍ୟାଙ୍କୁ ଯୋଗ୍ୟତା ଭିରିରେ ନିଯୁକ୍ତି ପ୍ରଦାନ କରାଯାଉ , ଜିଲାସ୍ତରରେ କାର୍ଯ୍ୟରତ ରାଜସ୍ୱ କର୍ମଚାରୀ ମାନଙ୍କୁ ଓଡ଼ିଶା ରାଜସ୍ୱ ସେବା ପଦବୀରେ ଶତ ପତ୍ରିଶତ ପଦୋନ୍ନତି ଦିଆଯାଇ , ତହସିଲ୍ କାର୍ଯ୍ୟାଳୟ ମାନଙ୍କରେ ବିଭିନ୍ନ ରାଜସ୍ଵ ସମ୍ବନ୍ଧୀୟ ମାମଲାକୁ ତ୍ୱରାନ୍ବିତ କରାଯିବା ପାଇଁ ସେଠାରେ କାର୍ଯ୍ୟରତ ରାଜସ୍ୱ ସହାୟକ ମାନଙ୍କୁ ଏଲଆରଏମଏସ ଅବଜରଭର ଆଇଡି ପ୍ରଦାନ କରାଯାଉ, ରାଜସ୍ୱ ବିଭାଗରେ ସମସ୍ତ କାର୍ଯ୍ୟରେ ସଂସ୍କାର ଅଣାଯିବା ପାଇଁ ଏବଂ ନୂତନ ଭାବେ ନିଯୁକ୍ତି ପାଇଥିବା ରାଜସ୍ୱ ସହାୟକ ମାନଙ୍କର ଦକ୍ଷତା ବୃଦ୍ଧିପାଇଁ ପ୍ରବେଶକାଳୀନ ତାଲିମ ପ୍ରଦାନ କରାଯାଉ, ନୂତନ ପେନ୍‌ସନ୍ ଯୋଜନାକୁ ରଦ୍ଦକରି ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ପୁରାତନ ପେନ୍‌ସନ୍ ଯୋଜନା ଅନ୍ତର୍ଭୁକ୍ତ କରାଯିବା ଭଳି ଦାବୀ କରିଛନ୍ତି ।
ଯାହା ଫଳରେ ସମସ୍ତ ଅଫିସ ପୂରା ଖାଁ ଖାଁ ରହିଛି। ସରକାରି କାର୍ଯ୍ୟକ୍ରମ ଠପ ହୋଇଯାଇଛି। ସହ ସମ୍ପାଦକ ସମୟ ରଞ୍ଜନ ନାହକ, କୋଷାଧ୍ୟକ୍ଷ ସୁମନ୍ତ ସାହୁ , ମିଡ଼ିଆ ସଂଯୋଜକ ପୂର୍ଣ୍ଣ ପ୍ରଭା ସାହୁ , ପୁନମ ସ୍ବାଇଁ ପ୍ରମୁଖ ନେତୃତ୍ବ ନେଇ ଥିଲେ ।

Advertisement

Advertisement

Leave a Reply

Your email address will not be published. Required fields are marked *