ଛାତ୍ରଛାତ୍ରୀମାନଙ୍କ ଜିଲା ସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର ଉଦଯାପିତ। 

ଅନୁଗୋଳ ୧।୮ – ଅନୁଗୋଳ  ଜିଲା ଶିକ୍ଷା ଅଧିକାରୀ କାର୍ଯ୍ଯାଳୟ ସ୍ଥିତ ସମଗ୍ରଶିକ୍ଷା ସମ୍ମିଳନୀ କକ୍ଷଠାରେ  ଦୁଇଦିନ ଧରି ଚାଲିଥିବା  ଜିଲା ଶିକ୍ଷା କାର୍ଯ୍ଯାଳୟ-ସମଗ୍ର ଶିକ୍ଷା, ସାଇଟସେଭେର୍ସ ଇଣ୍ଡିଆ, ଭୁବନେଶ୍ବର ଓ ଲେପ୍ରା ସୋସାଇଟି, ଭୁବନେଶ୍ବର ଆନୁକୁଲ୍ଯରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ଦୃଷ୍ଟିଗତ ସମସ୍ଯା ଥିବା ଛାତ୍ରଛାତ୍ରୀମାନଙ୍କ ଜିଲା ସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । 

Advertisement

       କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲା ଶିକ୍ଷା ଅଧିକାରୀ  ନିରଞ୍ଜନ ସାହୁ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ  ପ୍ରତିଭା ବାରିକ,  ମଧୁସ୍ମିତା ନନ୍ଦ,  ଲୋପାମୁଦ୍ରା ପଟ୍ଟନାୟକ, ଜିଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ  ବିଜୟ କୁମାର ସାହୁ, ସାଇଟସେଭେର୍ସ ଇଣ୍ଡିଆ, ଭୁବନେଶ୍ବର ତରଫରୁ  ଲିପିକା ମହାପାତ୍ର, ଲେପ୍ରା ସୋସାଇଟି, ଭୁବନେଶ୍ବର ତରଫରୁ ଚକ୍ଷୁ ପରିକ୍ଷକ ସୁଶ୍ରୀ ଭାବନା ଝା ଓ ସୁଶ୍ରୀ ଭାଗ୍ୟଲକ୍ଷ୍ମୀ ବିଶ୍ଵାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ତରଫରୁ ଚକ୍ଷୁ ଚିକିତ୍ସା ଅଧିକାରୀ  ରବିନାରାୟଣ ବେହେରା ପ୍ରମୁଖ ଯୋଗଦାନ କରି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲାର ୮ ଟି ବ୍ଲକରୁ ସମୁଦାୟ ୧୩୬ ଜଣ ଚକ୍ଷୁ ସମସ୍ଯା ଥିବା ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ସହିତ ଯୋଗଦାନ କରି ଚକ୍ଷୁ ପରୀକ୍ଷା କାର୍ଯ୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୮ ଏକ୍ସ , ୬ ଏକ୍ସ ଓ  ୪ଏକ୍ସ  ଟେଲିସ୍କୋପେ ନିମନ୍ତେ ୧୧ ଜଣ, ୪ ଏକ୍ସ ଡିଓଏମଇ  ୧୨ ଜଣ, ଚକ୍ଷୁଦୋଷ ନିରାକରଣ ଉପଯୋଗୀ ଚଷମା ନିମନ୍ତେ ୧୬ ଜଣ,  ନନ୍  ଅପ୍ଟିକାଲ ଏଡ୍ ୧୦ ଜଣ, ସାଇକଲୋପେଡିକ ରେଫରାଲ   ୧୫ଜଣ, ଆଇସିଟି   ଉପକରଣ ୧୩ ଜଣ, ବ୍ରେଲ ଉପକରଣ ୬ ଜଣ, ଉଚ୍ଚସ୍ତରୀୟ ଚିକିତ୍ସା ନିମନ୍ତେ ୩ ଜଣ,  ପ୍ରଟେକଟିଭ୍ଚ ଚଷମା ବ୍ୟବହାର ନିମନ୍ତେ ୨ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାଇ ଏହି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆବଶ୍ୟକ ଉପକରଣ ଗୁଡିକୁ ଜିଲା ଶିକ୍ଷା କାର୍ଯ୍ଯାଳୟ-ସମଗ୍ର ଶିକ୍ଷା ତରଫରୁ କ୍ରୟ କରି ପରବର୍ତ୍ତୀ ପର୍ଯ୍ଯାୟରେ ଯୋଗାଇଦିଆଯିବାର ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଅନୁଗୋଳ ବ୍ଲକରେ କାର୍ଯ୍ଯକରୁଥିବା ଅନ୍ତର୍ନିବେଶୀ ଶିକ୍ଷା ଗୋଷ୍ଠୀ ସାଧନକର୍ମୀ  ରଘୁନାଥ ବାରିକ ଓ  ପତିତପାବନ ବାଡିଆ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ପଞ୍ଜୀକରଣ ଓ ପରୀକ୍ଷାନିରୀକ୍ଷାରେ ସାହାଯ୍ୟ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *