୭ ବର୍ଷ ହେଲାଣି ସରୁନି ଜାତୀୟ ରାଜପଥ କାମ! ଲୋକ ହନ୍ତସନ୍ତ, ଆନ୍ଦୋଳନ ପାଇଁ ଚେତାବନୀ

ଅନୁଗୋଳ ୪।୮-  ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଜାତୀୟ ରାଜପଥର ସର୍ଭିସ ରାସ୍ତା କାମ  ସରୁନି। ରାସ୍ତାକୁ ଠିକା ସଂସ୍ଥା ଖୋଳି ଦେଇଥିବାରୁ ସ୍ଥାନୀୟ ଲୋକେ ଗମନାଗମନ ପାଇଁ ଭାରି ହଇରାଣ ହେଉଛନ୍ତି। ରାସ୍ତା ମରାମତି ନେଇ ଆଗକୁ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଅଞ୍ଚଳବାସୀ ଏକ  ବୈଠକ କରି ଚେତାବନୀ ଦେଇଛନ୍ତି।

ଅଞ୍ଚଳବାସୀଙ୍କ ଦ୍ବାରା  ବୈଠକ

Advertisement

ବଇଣ୍ଡା ଅଞ୍ଚଳରେ ଜାତୀୟ ରାଜପଥର ୪ ଲେନ ରାସ୍ତା ନିର୍ମାଣ ପାଇଁ ୨୦୧୮ ମସିହାରେ ଉଚ୍ଛେଦ କରାଯାଇଥିଲା । ଇତି ମଧ୍ୟରେ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ। ବିଶେଷ କରି ବଇଣ୍ଡାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ବିଳମ୍ବ ହୋଇଥ‌ିବା ଯୋଗୁଁ ଉଭୟ ଦୁଇ ପାର୍ଶ୍ବର ସର୍ଭିସ ରାସ୍ତା ନିର୍ମାଣ ହୋଇ ପାରୁ ନାହିଁ। ଗୋଟିଏ ପାର୍ଶ୍ବକୁ ଠିକା ସଂସ୍ଥା ପକ୍ଷରୁ ମେ ଶେଷ ସପ୍ତାହରେ ଖୋଳି ଦିଆ ଯାଇଥିଲା। ହେଲେ ୨ ମାସ ବିତିଥିଲେ ମଧ୍ୟ ଠିକା ସଂସ୍ଥା ପକ୍ଷରୁ କୌଣସି କାମ କରାଯାଇପାରୁନାହିଁ। ଫଳରେ ରାସ୍ତାରେ ଗାଡି ଯାତାୟାତ କରି ପାରୁ ନାହିଁ ଓ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତୁରନ୍ତି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *