
ଅନୁଗୋଳ ୩୦।୭- : ରାଜ୍ୟରେ କଂଗ୍ରେସ ଓ ବିଜେଡି ନେତା ମାନେ ଅପରାଧିକ କାର୍ଯ୍ୟରେ ଜଡିତ ହେବା ଏବଂ ଦୁଷ୍କର୍ମ ଭଳି ଜଘନ୍ୟ କାର୍ଯ୍ୟରେ ଲିପ୍ତ ହୋଇ ଜେଲ ଯିବା ଭଳି ଘଟଣା ଦିନ କୁ ଦିନ ବଢ଼ିବାରେ ଲାଗିଛି |ଆଜି ବୁଧବାର ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି |

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ ବିଜେଡ଼ି କର୍ପୋରେଟର ଅମରେଶ ଜେନା ବିରୋଧରେ ଅନୁଗୋଳ ଜିଲ୍ଲା ବିଜେପି ଓ ଜିଲ୍ଲାର ମୋର୍ଚ୍ଚା ତରଫରୁ ଅନୁଗୋଳ ଟାଉନ୍ ରାଜା ଛକ ଠାରେ ବିକ୍ଷୋଭ ପ୍ରଦଶର୍ନ କରାଯିବା ସହ ଭକ୍ତ ଚରଣ ଦାସ, ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା |କଂଗ୍ରେସ ଓ ବିଜେଡି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା |
ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଙ୍କ ସମେତ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଚୌଧୁରୀ ପ୍ରଧାନ, ସୁଦିପ ଗଡ଼ନାୟକ, ବିଜୟ ମାଝି, ବିଶ୍ୱଜିତ ମିଶ୍ର, ପ୍ରକାଶ ସିଂହ, ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ରୁଚିର ନନ୍ଦ, ଅଜିତ ପ୍ରଧାନ, ଯୁବମୋର୍ଚା ଜିଲ୍ଲା ସଭାପତି ସିଦ୍ଧାର୍ଥ ରାଉତରାୟ, ସମୀର ପରିଡା, ପୁରୁଷୋତ୍ତମ ନାୟକ, ବିକାଶ ବେହେରା, ନମିତା ଦଳବେହେରା, ଶୁଚିସ୍ମିତା ତ୍ରିପାଠୀ, ଶୋଭାଗିନୀ ପ୍ରଧାନ, ରୋଜାଲିନ ଦାସ, ମୀରା ଗଡ଼ନାୟକ, ଜସ୍ମିନ ପ୍ରଧାନ, ସ୍ମିତା ପଟ୍ଟନାୟକ, ମଞ୍ଜୁଲତା ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |