
ଅନୁଗୋଳ ୩୦।୭ – ଅନୁଗୋଳ ଜିଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲା ସଡକ ସୁରକ୍ଷା କମିଟିର ଏକ ବୈଠକ ବୁଧବାର ଅପରାହ୍ନରେ ଜିଲାପାଳ ଅବଦାଲ୍ ମୁହମ୍ମଦ୍ ଅତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକର ପ୍ରାରମ୍ଭରେ ଜୁନ୍ ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ବାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା । ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ଜୁନ୍ ମାସରେ ଜିଲାରେ ମୋଟ ୨୬ଟି ବୁର୍ଘଟଣା ଘଟିଥିବାବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି, ୧୫ ଜଣ ଗୁରୁତର ଆହତ ଓ ସାମାନ୍ୟ ଆହତ ୧ଜଣ ହୋଇଛନ୍ତି । ଗତ ମାସରେ ୧୪ଟି ଦୁର୍ଘଟଣା ଜାତୀୟ ରାଜପଥରେ ଘଟିଥିବାବେଳେ ୧୧ଟି ଦୁର୍ଘଟଣା ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ଅଞ୍ଚଳରେ ଘଟିଛି । ଗତ ମାସରେ ପରିବହନ ବିଭାଗ ଦ୍ବାରା ହୋଇଥୁବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୭୬୬ ଜଣ, ବିନା ସିଟ୍ ବେଲ୍ମରେ ୨୯ଜଣ, ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୫୦୨ଜଣ, ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୨୬ ଜଣ, ଅତ୍ୟଧିକ ମାଲ ପରିବହନ ନିମନ୍ତେ ୩୮ ଜଣଙ୍କ ଠାରୁ ଜୋରିମନା ଆଦାୟ କରାଯାଇଥିବାବେଳେ, ୬୦୪ ଜଣଙ୍କର ଲାଇସେନ୍ସ ନିଲମ,ନ କରାଯାଇଥୁଲା ଓ ୨୮ଟି ଗାଡି ଜବତ କରାଯାଇଥିଲା । ସେହିପରି ଜିଲା ପୋଲିସ ଦ୍ବାରା ଯାଞ୍ଚ କରିବା ସମୟରେ ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୧୮ ଜଣଙ୍କ ଠାରୁ ୨୭ ହଜାର ଟଙ୍କା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଅଭିଯୋଗରେ ୨୩୬ ଟି ମାମଲାରେ ୧୧ ଲକ୍ଷ ୮୦ ହଜାର ଟଙ୍କା, ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୨୮୬୩ ଜଣଙ୍କ ଠାରୁ ୨୮ ଲକ୍ଷ ୬୩ ହଜାର ଟଙ୍କା, ବିନା ସିଟ୍ ବେଲ୍ମରେ ୧୫୪୦ ଜଣଙ୍କ ଠାରୁ ୧୫ଲକ୍ଷ ୪୦ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାର୍ଶ୍ୱ ଜୋନରେ ଗାଡି ପାକଂ କରିବା ଅଭିଯୋଗରେ ୧୨୬୭ ଟି ମାମଲାରେ ୨୬ଲକ୍ଷ ୫୯ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଥିଲା ଏବଂ ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୪୨୦ ଟି ମାମଲା ରୁଜୁ କରାଯାଇଛି । ଟ୍ରାଫିକ୍ ନିୟମକୁ କଡାକଡି କରିବା ସହିତ ଜନଗହଳି ଅଂଚଳରେ ଅଧିକରୁ ଅଧିକ ହେଇମେଟ ଯାଞ୍ଚ କରିବା ପାଇଁ ଜିଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଉପଜିଲାପାଳ ସମୀର କୁମାର ଜେନା, ଅତିରିକ୍ତ ଆରକ୍ଷୀ ଅଧକ୍ଷକ ସୁରେନ୍ଦ୍ରନାଥ ରାୟଗୁରୁ, ଆଇଏ ଏସ୍ ପ୍ରୋବେସନର କସ୍ତୁରୀ ସା, ଅନୁଗୋଳ ଆଂଚଳିକ ପରିବହନ ଅଧିକାରୀ ନିଖୂଳ କୁମାର ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ସମେତ ଜାତୀୟ ରାଜପଥ ପ୍ରାଧୁକରଣ ଅଧୁକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।